୫ ଲକ୍ଷ ଯାଚିଥିଲେ ଅରୁଣ ବୋଥ୍ରା

୫ ଲକ୍ଷ ଯାଚିଥିଲେ ଅରୁଣ ବୋଥ୍ରା

୫ ଲକ୍ଷ ଯାଚିଥିଲେ ଅରୁଣ ବୋଥ୍ରା
ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ମାମଲାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ବିରୋଧରେ ଏକ ସଂଗୀନ ଅଭିଯୋଗ ଆସିଛି । ଯଦୁପୁର ଗ୍ରାମର ସରୋଜ ସେଠୀ ଶ୍ରୀ ବୋଥ୍ରାଙ୍କ ବିରୋଧୀରେ ସଂଗୀନ ଅଭିଯୋଗ ଆଣିଛନ୍ତି । ଦୋଷ ମୁଣ୍ଡାଇବାକୁ ଅରୁଣ ବୋଥ୍ରା ତାଙ୍କୁ ୫ ଲକ୍ଷ ଯାଚିଥିବା ସରୋଜ କହିିଛନ୍ତି । ସରୋଜ କହିଛନ୍ତି ଯେ, ପୂର୍ବଦିନ ପରୀ ଆମ ଘରକୁ ଆସିଥିବାରୁ ମୋତେ ସନେ୍ଦହ କରୁଛନ୍ତି । ସେଥିପାଇଁ ମୋ ରକ୍ତ, ଲାଳ ଓ ପ୍ୟାଣ୍ଟସାର୍ଟ ନମୁନା ନେଇଛନ୍ତି । ଦୋଷ ମାନବାକୁ ଅରୁଣ ବୋଥ୍ରା ସାର ମୋତେ ୫ ଲକ୍ଷ ଯାଚିଥିଲେ । ତୋତେ ୧୮ ବର୍ଷ, ଆମେ ୧୭ ଦେଖେଇବୁ । ତୁ ରାଜି ହେଇଯା ବୋଲି ଅରୁଣ ବୋଥ୍ରା କହିଥିବା ସମ୍ପର୍କରେ ସରୋଜ କହିଛନ୍ତି । ତେବେ ମୁଁ ନିଦେ୍ର୍ଧାଷ । ମୁଁ କିଛି ଜାଣିନି । ମୋର ବା ମୋ ପରିବାରର କିଛି ହେଲେ ଅରୁଣ ବୋଥ୍ରା ଦାୟୀ ବୋଲି ସରୋଜ କହିଛନ୍ତି । ଅନ୍ୟପକ୍ଷରେ ସରୋଜଙ୍କ ଅଭିଯୋଗ ନେଇ ଅରୁଣ ବୋଥ୍ରାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।