୭ ବର୍ଷରେ ଦଇଗୁଣାରୁ ଅଧିକ ବଢ଼ିଛି ଖାଇବା ତେଲର ମୂଲ୍ୟ

୭ ବର୍ଷରେ ଦଇଗୁଣାରୁ ଅଧିକ ବଢ଼ିଛି ଖାଇବା ତେଲର ମୂଲ୍ୟ

୭ ବର୍ଷରେ ଦଇଗୁଣାରୁ ଅଧିକ ବଢ଼ିଛି ଖାଇବା ତେଲର ମୂଲ୍ୟ

ଭୁବନେଶ୍ୱର : ରାଜ୍ୟରେ ଡାଲି ଓ ଖାଇବା ତେଲ ଦର ହୁ ହୁ ହୋଇ ବଢ଼ି ଚାଲିଛି । ଏପରିକି ଖାଇବା ତେଲ ଦର ଗତ ୭ବର୍ଷ ମଧ୍ୟରେ ପ୍ରାୟ ଦୁଇ ଗୁଣା ବଢ଼ିଯାଇଛି । ରାଜ୍ୟରେ ଖାଇବା ତେଲ ଓ ଡାଲି ଦର ବଢ଼ିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ଚଳିତବର୍ଷ କେନ୍ଦ୍ର ସରକାରଙ୍କର ଟିକସ ତଥା ଆମଦାନୀ ଓ ରତ୍ପାନୀ ନୀତି ଏବଂ ବିଭିନ୍ନ ଡାଲି ଜାତୀୟ ଶସ୍ୟ ଓ ତୈଳବୀଜର ସହାୟକ ମୂଲ୍ୟ ବୃଦ୍ଧି ଯୋଗୁଁ ଖାଇବା ତେଲ ଓ ଡାଲି ଦାମ୍ ବଢ଼ିଛି । ଏହାବ୍ୟତୀତ ପେଟ୍ରୋଲିୟମ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ବାହାର ରାଜ୍ୟରୁ ଆମଦାନୀ କରାଯାଉଥିବା ଡାଲି ଓ ଖାଇବା ତେଲର ପରିବହନ ଖର୍ଚ୍ଚରେ ବୃଦ୍ଧି ଘଟିବାରୁ ଏହା ପରୋକ୍ଷରେ ଖାଇବା ତେଲ ଓ ଡାଲିର ମୂଲ୍ୟ ବୃଦ୍ଧିରେ ସହାୟକ ହୋଇଥିଲା । ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୧୪ ସେପ୍େଟମ୍ବର ୧ରେ ହରଡ଼ ଡାଲି (ଦ୍ୱିତୀୟ କିସମ) କେଜି ପିଛା ଦାମ୍ ୭୪ଟଙ୍କା ଥିବାବେଳେ ସେପ୍ଟେମ୍ବର ୧, ୨୦୨୧ରେ ଏହା ୧୦୦ଟଙ୍କା ହୋଇଛି । ମୁଗଡାଲି (ଦ୍ୱିତୀୟ କିସମ) କେଜି ପିଛା ଦାମ୍ ୮୫ଟଙ୍କା ଥିବାବେଳେ ଏବେ ୯୬ଟଙ୍କା, ବୁଟ ଡାଲି (ଦ୍ୱିତୀୟ କିସମ) କେଜି ପିଛା ୪୪ଟଙ୍କା ଥିବାବେଳେ ଏବେ ୭୧ଟଙ୍କା । ସୋରିଷ ତେଲ କେଜି ୮୯ଟଙ୍କା ଥିବାବେଳେ ଏବେ ୧୯୧ଟଙ୍କା, ପାମୋଲିନ ତେଲ ୬୭ଟଙ୍କା ଥିବାବେଳେ ଏବେ ୧୫୦ଟଙ୍କା, ସୂର୍ୟ୍ୟମୁଖୀ ତେଲ ୮୬ଟଙ୍କା ଥିବାବେଳେ ଏବେ ୧୭୦ଟଙ୍କା ହୋଇଛି । ଦରଦାମ୍ ବଢ଼ିଥିଲେ ବି କେଜି ପିଛା ୫୦ଟଙ୍କା ସବସିଡି ଘୋଷଣା କରିବା ବିଭାଗ ପରିସରଭୁକ୍ତ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି ।