୭ଟି ଜିଲ୍ଲାକୁ କାଳବୈଶାଖୀ

୭ଟି ଜିଲ୍ଲାକୁ କାଳବୈଶାଖୀ

୭ଟି  ଜିଲ୍ଲାକୁ କାଳବୈଶାଖୀ
ଭୁବନେଶ୍ୱର : ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ୩ଟି ଜିଲ୍ଲାକୁ ସର୍ତକ ସୂଚନା ଜାରି କରାଯାଇଛି । ରାତି ୮ ଟା ଯାଏଁ ସର୍ତକ ରହିବାକୁ ପରାମର୍ଶ ଦିଆଯାଇଛି । ଆଜି ରାତିରେ ପ୍ରବଳ ଧୂଳିଝଡ, ବଜ୍ରପାତ ସହ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ଝଡ ବର୍ଷା ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ବଜ୍ରପାତ ହେବା ସମୟରେ ଘରୁ ନ ବାହାରିବାକୁ ସର୍ତକ କରାଇ ଦିଆଯାଇଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଅନୁଗୁଳ, କେନ୍ଦୁଝର, କନ୍ଧମାଳ, ଓ ବୌଦ୍ଧ ଜିଲ୍ଲା ପାଇଁ ସର୍ତକ ସୂଚନା ଜାରି କରାଯାଇଛି ।