‘କରୋନା’ କମାଲ କଲେ ଥାଇଲାଣ୍ଡ ଡାକ୍ତର

‘କରୋନା’ କମାଲ କଲେ ଥାଇଲାଣ୍ଡ ଡାକ୍ତର

‘କରୋନା’ କମାଲ କଲେ ଥାଇଲାଣ୍ଡ ଡାକ୍ତର
ବ୍ୟାଙ୍ଗକକ : କରୋନା ଚିକିତ୍ସାରେ ଥାଇଲାଣ୍ଡ ସଫଳ ହୋଇଛି । ଏନେଇ ଥାଇଲାଣ୍ଡ ସରକାର ଦାବି କରିଛନ୍ତି । ଥାଇଲାଣ୍ଡର ଡାକ୍ତରମାନେ ଫ୍ଲୁ ଓ ଏଚଆଇଭି ପାଇଁ ବ୍ୟବହୃତ ଔଷଧ ଦ୍ୱାରା ଚିକିତ୍ସା କରି ସଫଳ ହୋଇଥିବା କେତେକ ବିଦେଶୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଫେବୃଆରୀ ପ୍ରଥମ ସପ୍ତାହରୁ ଥାଇଲାଣ୍ଡର ଡାକ୍ତରମାନେ ଏନେଇ ପରୀକ୍ଷାନୀରିକ୍ଷା କରିଥିଲେ । ଫ୍ଲୁ ଓ ଏଚଆଇଭି ଔଷଧ କରୋନା ଆକ୍ରାନ୍ତଙ୍କ ଶରୀରରେ କାମ କରିଥିଲା । ସେମାନଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା । ବ୍ୟାଙ୍ଗକକର ରାଜବିଥି ହସପିଟାଲର ଡାକ୍ତରମାନେ ଏଚଆଇଭି ଔଷଧ ଲୋପିନାଭିରି ଓ ରିଟୋନାଭିର ସହ ଫ୍ଲୁ ଔଷଧ ଓସେଲଟାମିଭିରର ପ୍ରୟୋଗ କରିଥିଲେ । ରୋଗୀମାନଙ୍କୁ ଏହାର ଅଧିକ ଡୋଜ ଦେବା ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେବା ସହ କେତେକ ରୋଗୀ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଥିବା ଜାଣିବାକୁ ମିଳିଛି । ଇତିମଧ୍ୟରେ ଥାଇ ଡାକ୍ତରମାନେ ପ୍ରାୟ ୨୦ ଜଣ ରୋଗୀଙ୍କର ଚିକିତ୍ସା କରିଥିବାବେଳେ ୧୨ ଜଣ ଆରୋଗ୍ୟ ହୋଇସାରିଛନ୍ତି । ଅପରପକ୍ଷରେ ଥାଇଲାଣ୍ଡର ଚିକିତ୍ସା ଶୈଳୀରେ ଚାଇନାର କେତେକ ଡାକ୍ତର ପରୀକ୍ଷା ନୀରିକ୍ଷା ଆରମ୍ଭ କରିଦେଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।