‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ରାଜ୍ୟ ସରକାରଙ୍କ ଲକ୍ଷ୍ୟ: ରାଜ୍ୟପାଳ

‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ରାଜ୍ୟ ସରକାରଙ୍କ ଲକ୍ଷ୍ୟ: ରାଜ୍ୟପାଳ

‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ରାଜ୍ୟ ସରକାରଙ୍କ ଲକ୍ଷ୍ୟ: ରାଜ୍ୟପାଳ
ଭୁବନେଶ୍ୱର: ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ଗୁରୁବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି । ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ ଅବସରରେ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଅଭିଭାଷଣ ରଖିବା ଅବସରରେ ଏହା କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ବ୍ୟାପକ ପରିବର୍ତ୍ତନ କରାଯାଉଛି । ଜନସ୍ୱାସ୍ଥ୍ୟ ଓ ପାନୀୟ ଜଳ ସମସ୍ୟା ଦୂର ଉପରେ ଗୁରୁତ୍ୱ ଦିଆଯାଉଛି । ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୪.୭ ଲକ୍ଷ ନଳକୂପ ସ୍ଥାପନ କରାଯାଇଛି । କରୋନା ବେଳେ ଅଙ୍ଗନବାଡ଼ି ପିଲାଙ୍କ ପୁଷ୍ଟିସାଧନ ହୋଇଛି । ୫ଟି ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣଧୀନ ଅଛି । ୭ଟି ଜିଲ୍ଲା ହସ୍ପିଟାଲ ମଧ୍ୟ ନିର୍ମାଣଧୀନ ଅଛି । ଏସସିବି ମେଡିକାଲ କଲେଜକୁ ଏମ୍ସ ପ୍ଲସ କରାଯାଉଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୨.୬ ଲକ୍ଷ ପରିବାରକୁ ସାମିଲ କରାଯାଇଛି । ୧୦.୯୮ ଲକ୍ଷ ଲୋକଙ୍କୁ ୧ ଟଙ୍କାରେ ମାସିକ ୫ କେଜି ଚାଉଳ ଦିଆଯାଉଛି । ୨୦୨୦-୨୧ ବର୍ଷରେ ୨.୮ ଲକ୍ଷ ଗୃହ ନିର୍ମାଣ କାମ ଶେଷ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ୟୁନିଫର୍ମ ଓ ପାଠ୍ୟପୁସ୍ତକ ଯୋଗାଣ କରାଯାଇଛି ବୋଲି ରାଜ୍ୟପାଳ କହିଛନ୍ତି । ଏହାଛଡ଼ା ରାଜ୍ୟପାଳ କହିଛନ୍ତି ଯେ, ଜନସ୍ୱାସ୍ଥ୍ୟ ଓ ପାନୀୟ ଜଳ ସମସ୍ୟା ଦୂର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ନିରାଶ୍ରୟ, ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ନିରାପତ୍ତା ଲାଗି ସରକାର ପ୍ରତିଶ୍ରୁତିବନ୍ଧ । ତୃଣମୂଳସ୍ତରରୁ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ସରକାରଙ୍କ ଉଦେ୍ଧଶ୍ୟ । ସୁନ୍ଦରଗଡ଼ରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପ୍ରତିଷ୍ଠା କରାଯିବ । ୨୦୨୦ରେ ରାଜ୍ୟରେ ଆଇନଶୃଙ୍ଖଳା ଶାନ୍ତିପୂର୍ଣ୍ଣ ଥିଲା । ପୁଲିସର ତ୍ୱରିତ ପଦକ୍ଷେପ ପାଇଁ ବଡ଼ଧରଣର ଆଇନଶୃଙ୍ଖଳା ଉପୁଜିନି । ୨୦୨୧ ଜାନୁଆରୀ ଶେଷ ସୁଦ୍ଧା ୩୮,୭୬୦ କୋଟିର ରାଜସ୍ୱ ଆଦାୟ ହୋଇଛି । ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ୭.୩% ଅଧିକ ରାଜସ୍ୱ ଆଦାୟ ହୋଇଛି । ରାଜ୍ୟର ଆପତକାଳୀନ ପାଣ୍ଠି ୨ ହଜାର କୋଟି ଟଙ୍କାକୁ ବୃଦ୍ଧି ହୋଇଛି । ଜଳ ସଂରକ୍ଷଣ ପାଇଁ ୫ ବର୍ଷରେ ୧୧,୭୦୦କୋଟି ଖର୍ଚ୍ଚ ଯୋଜନା ରହିଛି । କରୋନା ବେଳେ ଅଙ୍ଗନବାଡ଼ି ଦ୍ୱାରା ପୁଷ୍ଟିସାଧନ ହୋଇଛି । ବିଜୁ ଶିଶୁ ସୁରକ୍ଷା-୨୦୨୦ ପରିବର୍ଦ୍ଧିତ ହେବ । ସହରାଞ୍ଚଳରେ ପାନୀୟ ଜଳ ଯୋଗାଣରେ ସରକାର ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । କରୋନା ମହାମାରୀ ସତ୍ତ୍ୱେ ପିଲାଙ୍କ ପାଠପଢା ବ୍ୟାହତ ହୋଇନି । ଶିକ୍ଷା ସଂଯୋଗ, ଦୀକ୍ଷା ଆପ ଓ ଶିକ୍ଷା ଦର୍ପଣ ପଦ୍ଧତି ଅବଲମ୍ବନ କରାଯାଇଛି । ଷ୍ଟାର୍ଟ ଅପର ଉନ୍ନତି ପାଇଁ ଷ୍ଟାଟ-ଅପ ଓଡ଼ିଶା ଉପକ୍ରମ ଆରମ୍ଭ ହୋଇଛି । ହସ୍ତତନ୍ତ ଶିଳ୍ପର ବିକାଶ ପାଇଁ ୫୨ କୋଟି ଟଙ୍କା ଯୋଗାଯାଇଛି ବୋଲି ରାଜ୍ୟପାଳ କହିଛନ୍ତି ।