ଅନଲାଇନ୍ ଭିଡିଓ କଲିଂ ସାଜିଛି ନୂଆ ଟ୍ରେଣ୍ଡ
ଅନଲାଇନ୍ ଭିଡିଓ କଲିଂ ସାଜିଛି ନୂଆ ଟ୍ରେଣ୍ଡ
admin
Feb 10, 2020 - 08:15
Updated: Feb 10, 2020 - 08:15
କଥାରେ ଅଛି, ଟେଲିଫୋନର ମଜା, ଶହେ କୋଶରୁ ଆଈ ସହିତ କଥା ହେଉଛି ଅଜା । ଯେତେବେଳେ ପ୍ରଥମେ ଟେଲିଫୋନ୍ ବଜାରକୁ ପ୍ରବେଶ କରିଥିଲା, ସେତେବେଳେ ତାର ଚାହିଦା ଅଧିକ ଓ ଜରୁରୀ ଥିଲା । ବହୁ ଦୂରରୁ କିପରି ଅନ୍ୟଜଣଙ୍କ ସହିତ କଥା ହେଇ ପାରୁଛନ୍ତି, ତାହା ମଜାଳିଆ ଢଙ୍ଗରେ କୁହାଯାଉଥିଲା । ବର୍ତମାନ ଯୁଗ ବଦଳିବା ସହିତ ସମୟ ମଧ୍ୟ ବଦଳିଛି । ଟେଲିଫୋନ୍ ପରେ ବଜାରକୁ ସ୍କାର୍ଟଫୋନ୍ ଆସି ନିଜର ଆଧିପତ୍ୟ ବିସ୍ତାର କରିଚାଲିଛି । ଫଳରେ ଟେଲିଫୋନ୍ର ଚାହିଦା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ଦେଶବିଦେଶର ଯେକୌଣସି ସ୍ଥାନରୁ ସ୍ମାର୍ଟଫୋନ୍ ଓ ଆଣ୍ଡ୍ରୋଏଡ୍ ଫୋନ୍ ଦ୍ୱାରା ଭିଡିଓ କଲିଂ ଓ ଅନଲାଇନ୍ କଲିଂ ର ସୁବିଧା ରହିଛି । ବର୍ତମାନ ଅନଲାଇନ୍ରେ ଭିଡିଓ କଲିଂ, ଭଏସ୍ କଲିଂ, ଚାର୍ଟ କରିବାକୁ ଯୁବପିଢି ପସନ୍ଦ କରୁଛନ୍ତି । ଆଉ ଏହା ଟ୍ରେଣ୍ଡ ମଧ୍ୟ ହୋଇଗଲାଣି । ବର୍ତମାନ ସମୟରେ ଜଣେ ନିଜର ପର୍ସ ନେବମାକୁ ଭୁଲିଯିବ ହେଲେ ମୋବାଇଲ ନେବାକୁ କେବେହେଲେ ଭୁଲିବ ନାହିଁ । ଏହାସହିତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡିକରେ ଭିଡିଓ କନ୍ଫରେନସିଂ ମାଧ୍ୟମରେ ମଧ୍ୟ କଥାବର୍ତା କରାଯାଇଥିବା ଦେଖିବାକୁ ମିଳୁଛି । ସମାଜର ସବୁ ବର୍ଗର ଲୋକ ଯେମିତି ଏହି ଇ-ସୁବିଧାକୁ ଯେଭଳି ଉପଲବ୍ଧ କରିପାରିବେ ଏବଂ ତାହା ସେମାନଙ୍କ ପାଇଁ ସୁନିଶ୍ଚିନ୍ତ କରିବା ଦିଗରେ ଅତ୍ୟନ୍ତ ସକ୍ର୍ରିୟ ଭାବରେ ପ୍ରୟାସ ଜାରି ରଖିଛନ୍ତି ଅନ୍ତରାଷ୍ଟ୍ରୀୟ ସବୁଦାୟ ।