ଜାଣନ୍ତୁ କେମିତି ହେଉଛି ସିମକାର୍ଡ ବ୍ଲକ

ଜାଣନ୍ତୁ କେମିତି ହେଉଛି ସିମକାର୍ଡ ବ୍ଲକ

ଜାଣନ୍ତୁ କେମିତି ହେଉଛି ସିମକାର୍ଡ ବ୍ଲକ
ସାଇବର ଅପରାଧ ସାରା ଦେଶରେ ଏକ ଚ୍ୟାଲେଞ୍ଜ ହୋଇଥିବାରୁ ଏହାର ମୁକାବିଲା କରିବା ଲାଗି ଏକ ସାଇବର ସେଫ ଆପ ରହିଛି । ସାରା ଦେଶରେ ପୁଲିସ ବିଭାଗ, ବ୍ୟାଙ୍କ, ଟେଲିକମ ସଂସ୍ଥା ଏହି ଆପକୁ ବ୍ୟବହାର କରିପାରିବେ । ଏଥିପାଇଁ ପୁଲିସ ପାଖରେ ୟୁଜର ଆଇଡି ଓ ପାସୱାର୍ଡ ରହିଛି । ପୁଲିସ ପାଖକୁ ଠକଙ୍କର ଯେଉଁ ନମ୍ବର ଆସିବ, ତାହାକୁ ପ୍ରଥମେ ଯାଞ୍ଚ କରାଯିବ । ଯଦି ଏହା ଠକଙ୍କ ନମ୍ବର ବୋଲି ସ୍ପଷ୍ଟ ହେବ, ତା ହେଲେ ସେହି ଆପର ୟୁଜର ଆଇଡି ଓ ପାସୱାର୍ଡ ବ୍ୟବହାର କରି ପୁଲିସ ସେଥିେୂ ସନ୍ଦିଗ୍ଧ ନମ୍ବର ଦେବ । ଯେଉଁମାନେ ଏହାକୁ ପରିଚାଳନା କରୁଛନ୍ତି, ସେମାନେ ଯାଞ୍ଚ କରିବା ପରେ ଏହାକୁ ବ୍ଲକ (ବନ୍ଦ) କରିଦେଇପାରିବେ । ସେହିପରି ଠକାମିର ଶିକାର ହୋଇଥିବା ଲୋକଙ୍କ ଆକାଉଣ୍ଟରୁ ଠକ ଆକାଉଣ୍ଟକୁ ଟଙ୍କା ଗଲା ପରେ ସେଠାରୁ କାହା ପାଖକୁ ଯାଇଛି, ତାହାକୁ ଟ୍ରାକ କରିବା ଲାଗି ମଧ୍ୟ ଏହି ଆପରେ ବ୍ୟବସ୍ଥା ଉପଲବ୍ଧ ରହିଛି ।