ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନି ଟ୍ରମ୍ପ

ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନି ଟ୍ରମ୍ପ

ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନି ଟ୍ରମ୍ପ
ୱାଶିଂଟନ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ରହିବେ ନାହିଁ । ଜାନୁଆରୀ ୨୦ ରେ ବାଇଡେନ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ଏହି ଦିନ ଟ୍ରମ୍ପ ରାଷ୍ଟ୍ରପତି କାର୍ଯ୍ୟକାଳର ଶେଷ ଦିନ । ପରମ୍ପରା ଅନୁସାରେ ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ରାଷ୍ଟ୍ରପତି ଉପସ୍ଥିତ ଥାଆନ୍ତି । ତେବେ ଏହି ପରମ୍ପରାକୁ ଟ୍ରମ୍ପ ଭାଙ୍ଗିବାକୁ ଯାଉଛନ୍ତି । ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ନ ଦେବା ସମ୍ପର୍କରେ ଶୁକ୍ରବାର ଟ୍ରମ୍ପ ଟୁଇଟ କରିଛନ୍ତି ଯେ, ‘ଜାନୁଆରୀ ୨୦ ରେ ଉଦଘାଟନକୁ ମୁଁ ଯିବି ନାହିଁ ।’ । ୧୮୬୫ ରୁ ୧୮୬୯ ପର୍ଯ୍ୟନ୍ତ ଆମେରିକାର ୧୭ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିବା ଆଣ୍ଡ୍ରୁ୍ୟ ଜନସନ ତାଙ୍କ ଉତ୍ତରାଧୀକାରୀଙ୍କ ଶପଥ ଗ୍ରହଣ ଉତ୍ସବ୍ୟରେ ଯୋଗ ଦେଇ ନଥିଲେ । ଆବ୍ରାହାମ ଲିଙ୍କନକୁ ହତ୍ୟା କରାଯିବା ସମୟରେ ଜନସନ ଉପରାଷ୍ଟ୍ରପତି ଥିଲେ । ତେଣୁ ଜନସନ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।