ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବଡ଼ ଧରଣର ହ୍ରାସ

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବଡ଼ ଧରଣର ହ୍ରାସ

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବଡ଼ ଧରଣର ହ୍ରାସ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବଡ଼ ଧରଣର ହ୍ରାସ ଘଟିଛି । ଗତ ୧୫ ଦିନରେ ଏଥିରେ ୧୦% ହ୍ରାସ ଘଟିଛି । ଫଳରେ ଆଗକୁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଘଟାଇପାରନ୍ତି । ତଥ୍ୟ ଅନୁସାରେ ଅଶୋଧିତ ତୈଳ ଦର ବର୍ତ୍ତମାନ ବ୍ୟାରେଲ ପିଛା ୬୪ ଡଲାରକୁ ଖସି ଆସିଛି । ମାସ ଆରମ୍ଭରେ ଏହା ୭୧ ଡଲାର ଥିଲା । ଚାହିଦା ହ୍ରାସ ଯୋଗୁ ଅଶୋଧିତ ତୈଳ ଦରରେ ହ୍ରାସ ଘଟୁଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ୟୁରୋପୀୟ ସହରରେ କରୋନା ମାମଲା ଯୋଗୁ ପ୍ରତିବନ୍ଧକ ଲଗାଯାଉଛି । କେତେକ ସ୍ଥାନରେ ପୁଣି ଥରେ ଲକଡାଉନ ଆରମ୍ଭ ହୋଇଗଲାଣି । ଏହାର ପ୍ରଭାବ ଅଶୋଧିତ ତୈଳ ଦରରେ ଉପରେ ପଡୁଥିବାରୁ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।