ଏଠାରେ ରହିଛି ବିଶ୍ବର ସବୁଠାରୁ ଆକର୍ଷକ ପିଙ୍କ ହ୍ରଦ

ଏଠାରେ ରହିଛି ବିଶ୍ବର ସବୁଠାରୁ ଆକର୍ଷକ ପିଙ୍କ ହ୍ରଦ

ଏଠାରେ ରହିଛି ବିଶ୍ବର ସବୁଠାରୁ ଆକର୍ଷକ ପିଙ୍କ ହ୍ରଦ
ସମୁଦ୍ର ହେଉ କିମ୍ବା ବିଶାଳ ନଦୀ କିମ୍ବା ଉଚ୍ଚ ଝରଣା, ସବୁବେଳେ ପର୍ୟ୍ୟଟକଙ୍କୁ ଏହା ଆକର୍ଷିତ କରିଥାଏ। କେତେବେଳେ ଲୋକ ନୀଳ ରଙ୍ଗର ସମୁଦ୍ର ଉପରେ ସର୍ଫିଙ୍ଗ କରିବାକୁ ଯାଉଛନ୍ତି ତ କେବେ ବହୁତ ଉଚ୍ଚାରୁ ପଡୁଥିବା ଝରଣାର କଳକଳ ଶବ୍ଦ ଶୁଣି ଏହାର ଆନନ୍ଦ ନେଇଥାନ୍ତି। କିନ୍ତୁ ସବୁଠାରୁ ପାଣିର ରଙ୍ଗ ସମାନ ଥାଏ। ଯଦି ପାଣିର ରଙ୍ଗ ଭିନ୍ନ ହୋଇଥାଏ, ତେବେ ବିଶ୍ବର ସବୁ ପର୍ୟ୍ୟଟକଙ୍କ ପାଇଁ ତାହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯିବ। ଅଷ୍ଟେ୍ରଲିଆର ମେଲବୋର୍ଣ୍ଣରେ ଥିବା ଓ୍ବେଷ୍ଟଗେଟ୍ ପାର୍କରେ ରହିଛି ହିଲର ହ୍ରଦ, ଯାହାକି ପିଙ୍କ ଲେକ୍ କିମ୍ବା ସାଲାଇନ୍ ଲେକ୍ ଭାବରେ ସାରା ବିଶ୍ବରେ ପ୍ରସିଦ୍ଧ ରହିଛି। ଏହି ହ୍ରଦର ପାଣି ଗୋଲାପୀ ରଙ୍ଗ ହେବା କାରଣରୁ ସାରା ବିଶ୍ବର ପର୍ୟ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ବହୁ ଦୂରରୁ ଲୋକେ ଏହି ହ୍ରଦକୁ ଦେଖିବାକୁ ଆସିବା ସହ ବୋଟିଂ କରିବାକୁ ଆସିଥାନ୍ତି। ଏହି ହ୍ରଦର କ୍ଷେତ୍ରଫଳ ମାତ୍ର ୬୦୦ ବର୍ଗ ମିଟର, ତେଣୁ ବିଶ୍ବର ସବୁଠାରୁ ଛୋଟ ଓ ସୁନ୍ଦର ହ୍ରଦ ମଧ୍ୟରେ ଏହା ସାମିଲ ରହିଛି। ପିଙ୍କ ଲେକ୍, ମେଲବୋର୍ଣ୍ଣର ଔଦୋଗିକ ଅଞ୍ଚଳରେ ରହିଛି। ତେଣୁ ଲୋକଙ୍କୁ ଲାଗୁଥିଲା ପାଣି ହୁଏତ ପ୍ରଦୂଷିତ ହୋଇ ଗୋଲାପୀ ରଙ୍ଗ ହୋଇଥାଇପାରେ। ବହୁ ସମୟ ପର୍ୟ୍ୟନ୍ତ ଏହି ହ୍ରଦର ପାଣିକୁ ବିପଦଜନକ ବୋଲି ମନେକରୁଥିଲେ। କିନ୍ତୁ ପରେ ବୈଜ୍ଞାନିକମାନେ ଯେତେବେଳେ ହ୍ରଦର ପାଣି ରଙ୍ଗ ଗୋଲାପୀ ହେବାର କାରଣ ବାହାର କରିଥିଲେ ଏହା ବିଶ୍ବର ସବୁଠରାରୁ ପ୍ରାକୃତିକ ପର୍ୟ୍ୟଟନ ସ୍ଥଳୀ ଭାବରେ ସ୍ଥାନ ପାଇଲା। ଏହି ହ୍ରଦର ପାଣିରେ ବହୁମାତ୍ରରେ ଲୁଣ, ଏଲଗି ବ୍ୟାକ୍ଟେରିଆ ରହିଛି। ଏଥିରେ ଲୁଣର ମାତ୍ରା ଯେତେବେଳେ ବହୁତ ବଢିଯାଏ ସେତେବେଳେ ଏହାର ପାଣି ଗୋଲାପୀ ହୋଇଯାଏ। ରଙ୍ଗ ବଦଳିବା ପାଇଁ ୩ଟି ଆହୁରି ମୁଖ୍ୟ କାରଣ ରହିଛି। ତାହା ​ ହେଲା ଅଧିକ ତାପମାତ୍ରା, ତୀବ୍ର ସୂର୍ୟ୍ୟ କିରଣ ଓ ହ୍ରଦ ଭିତରେ ଜମା ହେଉଥିବା ବର୍ଷା ପାଣି। ବିଶେଷଜ୍ଞଙ୍କ କହିବା ଅନୁସାରେ ଏଲଗି ଓ ବ୍ୟାକ୍ଟେରିଆ ହେବା କାରଣରୁ ଏହି ହ୍ରଦର ପାଣି ମଣିଷ ଓ ପଶୁଙ୍କ ପାଇଁ କ୍ଷତିକାରକ ନୁହେଁ। ଅଷ୍ଟେ୍ରଲିଆରେ ଏଭଳି ଭାବରେ ବହୁ ପିଙ୍କ ହ୍ରଦ ରହିଛି। ଭିକ୍ଟୋରିଆର ଉତ୍ତର-ପଶ୍ଚିମରେ ଏଭଳି ବହୁତ ହ୍ରଦ ରହିଛି। ମୁରେୟ ସନସେଟ୍ ନ୍ୟାସନାଲ ପାର୍କରେ କ୍ରୋସବି ହ୍ରବ, ବେକିଂ ହ୍ରଦ, କେୟୋନ ହ୍ରଦ ଓ ହାର୍ଡି ହ୍ରଦ ପର୍ୟ୍ୟଟକଙ୍କୁ ସବୁଠାରୁ ଅଧିକ ଆକର୍ଷିତ କରିଥାଏ। ତେବେ ଡିମ୍ବୁଲା ପାଖରେ ଥିବା ଏହି ପିଙ୍କ ହ୍ରଦ ଖୁବ୍ ପ୍ରସିଦ୍ଧ। ସମୁଦ୍ର ହ୍ରଦ ପାଖରେ ଥିବା ଟାଇରେଲ ହ୍ରଦ, ଭିକ୍ଟୋରିଆର ସବୁଠାରୁ ବଡ ହ୍ରଦ ଅଟେ। ଯାହାକି ପର୍ୟ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ। ଏଠାରେ ଏସପରେନ୍ସ ପାଖରେ ଥିବା ହିଲର ହ୍ରଦ ଓ ହଟ୍ ଲାଗୁନ ହ୍ରଦ ସବୁଠାରୁ ଅଧିକ ପ୍ରସିଦ୍ଧ। ଏଠାକୁ ବିଶେ​‌ଷ ଭାବରେ ଚୀନର ପର୍ୟ୍ୟଟକ ଯାତ୍ରା କରିଥାନ୍ତି।