ପ୍ରେମ ସର୍ମ୍ପକ ଭାଙ୍ଗିବାକୁ ଚାହାନ୍ତି କି, ତାହାହେଲେ ଏହି ସରଳ ଉପାୟ ଅବଲମ୍ବନ କରନ୍ତୁ

ପ୍ରେମ ସର୍ମ୍ପକ ଭାଙ୍ଗିବାକୁ ଚାହାନ୍ତି କି, ତାହାହେଲେ ଏହି ସରଳ ଉପାୟ ଅବଲମ୍ବନ କରନ୍ତୁ

ପ୍ରେମ ସର୍ମ୍ପକ ଭାଙ୍ଗିବାକୁ ଚାହାନ୍ତି କି, ତାହାହେଲେ ଏହି ସରଳ ଉପାୟ ଅବଲମ୍ବନ କରନ୍ତୁ
ଆପଣଙ୍କର ଯଦି ସାଥୀଙ୍କ ସହ ସର୍ମ୍ପକ ଭଲ ରହୁନାହଁ। ଏହି ସର୍ମ୍ପକ ଠାରୁ ଦୂରେଇ ଯିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ହଠାତ୍ ସର୍ମ୍ପକୁ ଭାଙ୍ଗିବାକୁ ଚାହିଁ ମଧ୍ୟ ଏହା କରି ପାରୁନାହାନ୍ତି। ନିଜ ସାଥୀ ଉପରୁ ବିଶ୍ବାସ ଉଠି ଯାଇଛି। ସର୍ମ୍ପକରେ ସନ୍ଦେହ ସହ ଉଭୟଙ୍କ ମଧ୍ୟରେ ବାରମ୍ବାର ମତଭେଦ ଦେଖିବାକୁ ମିଳୁଛି। ଛୋଟ ଛୋଟ କାରଣ ଯୋଗୁ ବିବାଦ ବଢୁଛି । ସର୍ମ୍ପକରେ ମୁଧୁରତା କମ୍ ହେଉଛି। ତେବେ ଆମେ ଆପଣଙ୍କୁ କିଛି ସହଜ ଉପାୟ କହିବୁ ଯାହା ଦ୍ବାରା ନିଜ ସାଥୀଙ୍କ ସହିତ ସର୍ମ୍ପକ ଛିନ୍ନ କରିବା ସହଜ ହେବ। ଆସନ୍ତୁ ଜାଣିବା କ’ଣ ରହିଛି ଉପାୟ.... ପ୍ରେମ ସର୍ମ୍ପକ ଭାଙ୍ଗିବାକୁ ଚାହାନ୍ତି ତେବେ ପ୍ରଥମ ଭଲ ଉପାୟ ହେଉଛି ମନରେ ସ୍ଥିର କରନ୍ତୁ ନିଜ ସାଥୀକୁ କଣ କହିବାକୁ ଚାହୁଁଛନ୍ତି।ଯଦି ମନ ଭିତରେ ସ୍ଥିର କରିବାରେ ଅସୁବିଧା ହେଉଛି ତେବେ ନିଜ ସାଙ୍ଗ ସହିତ ସର୍ମ୍ପକ କେମିତି ଭାଙ୍ଗିବେ ସେହି ବିଷୟରେ ମନ ଖୋଲି କଥା ହୁଅନ୍ତୁ । ନିଜର ଭଲ ସାଙ୍ଗ କେହି ନ ଥିଲେ ଦର୍ପଣ ଆଗରେ ଛିଡାହୋଇ ସାଥୀ ସହିତ ସର୍ମ୍ପକ ଭାଙ୍ଗିବା ପୂର୍ବରୁ କଣ କହିବାକୁ ଚାହୁଁଛନ୍ତି ସେ ବିଷୟରେ କୁହନ୍ତୁ । ଏପରି କରିବା ଦ୍ବାରା ମନ ସ୍ଥିର ହେବାସହ ଠିକ୍ ନିଷ୍ପତି ନେବା ସହଜ ହେବ। ସର୍ମ୍ପକ ଭାଙ୍ଗିବାକୁ ହେଲେ ଏମିତି ସ୍ଥାନ ଠିକ୍ କର ଯେଉଁ ଠାରେ ତମ ସାଥୀଙ୍କ ସର୍ମ୍ପକ ଭାଙ୍ଗିବା ବିଷୟରେ ଖୋଲିକି କଥା ହୋଇପାରିବ। ସେହି ସ୍ଥାନରେ କେବଳ ତମେ ଆଉ ତମ ସାଥୀଙ୍କ ଛଡା ଅନ୍ୟ କେହି ଉପସ୍ଥିତ ନଥିବେ ଯାହା ଦ୍ବାରା ସର୍ମ୍ପକ ଭାଙ୍ଗି ସହଜ ହେବା ତମେ ଯଦି ସର୍ମ୍ପକ ଭାଙ୍ଗିବାକୁ ସ୍ଥିର କରିଛ ତେବେ ସାମ୍ନା ସାମ୍ନି ସାଥୀଙ୍କ ସହିତ କଥା ହେବା ସହ ସର୍ମ୍ପକ ଭାଙ୍ଗିବା ବିଷୟରେ ଖୋଲିକି ପ୍ରକାଶ ରି ଏବଂ ସାଥୀକୁ କଥାକୁ ମଧ୍ୟ ସମ୍ପୂର୍ଣ୍ଣ ଶୁଣିବା ସହ ଶାନ୍ତିର ସହ ସର୍ମ୍ପକ ଭାଙ୍ଗିବା ବିଷୟରେ କୁହ ଯାହା ଦ୍ବାରା ପ୍ରେମ ସର୍ମ୍ପକ ଭାଙ୍ଗିବା ସହଜ ହୋଇଥାଏ। ଅନେକ ବାର ଦେଖିବାକୁ ମିଳିଛି କିଛି ପ୍ରେମିକ ଫୋନ୍‌ରେ ସାଥୀଙ୍କ ସହି ସର୍ମ୍ପକ ଭଙ୍ଗି ଯାହାର ପରିଣାମ ପରର୍ବତ୍ତୀ ସମୟରେ ଭୋଗିବାକୁ ପଡିଥାଏ। ପୁଣି ଯଦି ସାଥୀ ପ୍ରେମ ସର୍ମ୍ପକ ଭାଙ୍ଗିବାର କାରଣ ପଚାରନ୍ତି ତେବେ ସତ୍ୟତାର ସହିତ ଶାନ୍ତିପୂର୍ଣ୍ଣ ଉପାୟରେ ନିଜ ପକ୍ଷ ରଖିବା ଉଚିତ୍। ଯାହା ଦ୍ବାରା ପରର୍ବତ୍ତୀ ସମୟରେ ସର୍ମ୍ପକ ଭାଙ୍ଗିଥିବା ସାଥୀଙ୍କ ସହିତ ବାଟରେ ଦେଖା ହେଲେ ଆଖିରେ ଆଖି ମିଶାଇ କଥା ହୋଇପାରିବ। ଏବଂ ସର୍ମ୍ପକ ଭାଙ୍ଗିବାରେ କୌଣସି ଅସୁବିଧା ରହିବ ନାହିଁ।