ବିଶ୍ୱର ସବୁଠୁ ଲମ୍ବା କାର-ଲିମୋଜିନ

ବିଶ୍ୱର ସବୁଠୁ ଲମ୍ବା କାର-ଲିମୋଜିନ

ବିଶ୍ୱର ସବୁଠୁ ଲମ୍ବା କାର-ଲିମୋଜିନ
ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ସ୍ୱପ୍ନଟିଏ ଥାଏ କିପରି ସେ ଏକ ସୁନ୍ଦର ଗାଡ଼ିର ମାଲିକ ହେବେ । ଯେଉଁଥିରେ ତାଙ୍କର ପୁରା ପରିବାର ବୁଲିଯାଇପାରିବେ । କିଛି ବ୍ୟକ୍ତି ଚାହାନ୍ତି ସେ ଏମିତି ଏକ ଗାଡ଼ି କିଣିବେ ଯାହା ଅନ୍ୟ କାହା ପାଖରେ ନଥିବ । କାରଣ ସ୍ୱପ୍ନ ତ ଅନେକ ଦେଖନ୍ତି କିନ୍ତୁ ଆମେ ଆପଣଙ୍କୁ ଏପରି ଏକ କାର ବିଷୟରେ କହିବାକୁ ଯାହୁଛୁ ଯାହା କିଣିବା ପାଇଁ ସାଧାରଣ ଗ୍ରାହକ କେବେ ସ୍ୱପ୍ନ ବି ଦେଖିପାରିବେ ନାହିଁ । ଏହି କାର ଲିମୋଜିନ କାର ନାମରେ ପରିଚିତ । ଲିମୋଜିନ କୌଣସି କମ୍ପାନୀ ନୁହେଁ । ଏହା କାରର ଏକ ଷ୍ଟାଇଲ । ଏ କାର ନିର୍ମାତା କମ୍ପାନୀ ଅର୍ଡର ପାଇବା ପରେ ଯାଇ ତିଆରି କରିଥାନ୍ତି । ଗ୍ରାହକଙ୍କ ଅର୍ଡର ଅନୁଯାୟୀ କାରରେ ସାମଗ୍ରୀମାନ ଲାଗିଥାଏ । ଆମେରିକାନ ଡ୍ରିମ ନାମରେ କମ୍ପାନୀ ଏକ ଲମ୍ବା କାର ଉପôାଦନ କରି ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି । କାର ଭିତରେ ଏକ ପଞ୍ଚତାରକା ହୋଟେଲ ଭଳି ଡିଜାଇନ ହୋଇଛି । ଏହି କାର ଏତେ ବଡ଼ ଯେ ଏହା ଉପରେ ହେଲିକପ୍ଟର ଅବତରଣ କରିପାରିବ । କାରଟି ୧୦୦ ମିଟର ଲମ୍ବା । କାର ଭିତରେ ସୁଇମିଂପୁଲ ନିର୍ମାଣ କରାଯାଇଛି । ହେଲିକପ୍ଟର ଲ୍ୟାଣ୍ଡ କରିବା ପାଇଁ ଏହି ଗାଡ଼ିରେ ୨୬ଟି ଟାୟାର ଲଗାଇ ଏଭଳି ମଜବୁତ କରାଯାଇଛି ଯେ, ଯେପରି ଏହା ହେଲିକପ୍ଟରର ଓଜନ ସମ୍ଭାଳିପାରିବ । ୧୯୮୦ ଦଶକରେ ନିର୍ମିତ ଏହି କାର ଗିନିଜ ବୁକ ଅଫ ୱାଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଏହା ଆଗୁଆ ଓ ପଛୁଆ ଚାଲି । ଡ୍ରାଇଭରଙ୍କ ପାଇଁ ଆଗ ଓ ପଛରେ ଦୁଇଟି କ୍ୟାବିନ ରହିଛି ।