ଡିଗ୍ରୀ ଲାଗି ସୁଯୋଗ ଦେଉଛି ଗ୍ଳୋବାଲ ଫୋକସ ଏଜୁକେସନ

ଡିଗ୍ରୀ ଲାଗି ସୁଯୋଗ ଦେଉଛି ଗ୍ଳୋବାଲ ଫୋକସ ଏଜୁକେସନ

ଡିଗ୍ରୀ ଲାଗି ସୁଯୋଗ ଦେଉଛି ଗ୍ଳୋବାଲ ଫୋକସ ଏଜୁକେସନ
ଭୁବନେଶ୍ୱର: ବିଦେଶରେ ଏମବିବିଏସ ଡିଗ୍ରୀ ଲାଗି ଗ୍ଳୋବାଲ ଫୋକସ ଏଜୁକେସନ ଗ୍ରୁପ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ସରକାରୀ ମେଡିକାଲ କଲେଜ ଗୁଡିକରେ ସିଟ ସଂଖ୍ୟା କମ ରହୁଥିବା ବେଳେ ଘରୋଇ ମେଡିକାଲ କଲେଜରେ ପାଠ ପଢିବା ବ୍ୟୟବହୁଳ । ଏଭଳି ସ୍ଥିତିରେ ୟୁକ୍ରେନରେ ନ୍ୟାସନାଲ ମେଡିକାଲ ୟୁନିଭର୍ସିଟି ସମେତ ଅନ୍ୟାନ୍ୟ ଜାତୀୟ ସ୍ତରର ମେଡିକାଲ ପ୍ରତିଷ୍ଠାନଗୁଡିକରେ ଡାକ୍ତରୀ ଶିକ୍ଷା ଗ୍ରହଣ ଲାଗି ଗ୍ଳୋବାଲ ଫୋକସ ପକ୍ଷରୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଚଳିତ ବର୍ଷ ଉକ୍ତ ପ୍ରତିଷ୍ଠାନଗୁଡିକରେ ନାମଲେଖା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରତିଷ୍ଠାନଗୁଡିକ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବଂ ମେଡିକାଲ କାଉନସିଲ ଅଫ ଇଣ୍ଡିଆର ସ୍ୱୀକୃତିପ୍ରାପ୍ତ । ଜାତୀୟସ୍ତରର ପ୍ରବେଶିକା ପରୀକ୍ଷା ନିଟରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କ ବିଦେଶରେ ପାଂପଢା ରହିବା ଏବଂ ଭାରତୀୟ ଖାଦ୍ୟ ବ୍ୟବସ୍ଥାକୁ ଧ୍ୟାନରେ ରଖାଯାଉଥିବା ଜାହିର କହିଛନ୍ତି । ସେହିଭଳି ୟ କ୍ରେନର ଥିମା ସରକାରୀ ବିଶ୍ୱବିଦ୍ୟାଳୟ ଖାଲିକିବ ୟୁନିଭରସିଟି ଭଳି ପ୍ରତିଷ୍ଠାନ ସହ ସହବନ୍ଧିତ ଥିବାବେଳେ ଛାତ୍ରଛାତ୍ରୀ ଲାଗି ସ୍ଳଲାରସିପ ବ୍ୟବସ୍ଥା ମଧ୍ୟ କରାଯାଇଛି । ପ୍ରତିବର୍ଷ ରାଜ୍ୟରୁ ୧୨୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନରେ ଡାକ୍ତରୀ ଶିକ୍ଷା ଗ୍ରହଣ ଲାଗି ସୁବିଧା କରାଯାଉଛି । ଆଶାୟୀ ଛାତ୍ରଛାତ୍ରୀ ଭୁବନେଶ୍ୱର ସହିଦ ନଗର କାର୍ଯ୍ୟାଳୟ ସମେତ ବ୍ରହ୍ମପୁର, ସମ୍ବଲପୁର କାର୍ଯ୍ୟାଳୟ ସହ ସମ୍ପର୍କ କରିବାକୁ ଜାହିର ସୂଚନା ଦେଇଛନ୍ତି ।