ଆଇଏସଏଲ : ମୁମ୍ବାଇ ସିଟିର ସପ୍ତମ ବିଜୟ

ଆଇଏସଏଲ : ମୁମ୍ବାଇ ସିଟିର ସପ୍ତମ ବିଜୟ

ଆଇଏସଏଲ : ମୁମ୍ବାଇ ସିଟିର ସପ୍ତମ ବିଜୟ
ଗୋଆ: ଚଳିତ ଆଇଏସଏଲ ଫୁଟବଲ ପ୍ରତିଯୋଗିତାରେ ମୁମ୍ବାଇ ସିଟି ଏଫସି ସପ୍ତମ ବିଜୟ ହାସଲ କରିଛି । ମଙ୍ଗଳବାର ଫାଟୋର୍ଡା ଷ୍ଟାଡିୟମରେ ଖେଳାଯାଇଥିବା ୪୮ ତମ ମ୍ୟାଚରେ ମୁମ୍ବାଇ ସିଟି ୩-୧ ଗୋଲରେ ବେଙ୍ଗାଲୁରୁ ଏଫସିକୁ ପରାସ୍ତ କରିଛି । ନବମ ମିନିଟରେ ମୌର୍ତାଦା ଫଲଙ୍କ ଗୋଲ ବଳରେ ମୁମ୍ବାଇ ସିଟି ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା । ୧୫ତମ ମିନିଟରେ ବିପିନ ସିଂହ ଗୋଲ ଦେଇ ମୁମ୍ବାଇକୁ ପ୍ରଥମାର୍ଦ୍ଧରେ ୨-୦ ରେ ଆଗୁଆ ରଖିଥିଲେ । ୭୯ତମ ମିନିଟରେ ବେଙ୍ଗାଲୁରୁ ଅଧିନାୟକ ସୁନୀଲ ଛେତ୍ରୀ ଏକ ପେନାଲଟିକୁ ଗୋଲରେ ପରିଣତ କରି ସ୍ଥିତି ୧-୨ କରିଥିଲେ । ଶେଷରେ ବାର୍ଥୋଲୋମିଓ ଓବେଚେ (୮୪ ତମ ମିନିଟ) ଙ୍କ ଗୋଲ ବଳରେ ମୁମ୍ବାଇ ସିଟିର ବିଜୟ ବ୍ୟବଧାନ ୩-୧ ହୋଇଥିଲା ।