୮ରେ ଗଡ଼ିବନି ଭୁବନେଶ୍ୱର-ବଲାଙ୍ଗୀର ଟ୍ରେନ

୮ରେ ଗଡ଼ିବନି ଭୁବନେଶ୍ୱର-ବଲାଙ୍ଗୀର ଟ୍ରେନ

୮ରେ ଗଡ଼ିବନି ଭୁବନେଶ୍ୱର-ବଲାଙ୍ଗୀର ଟ୍ରେନ
ଭୁବନେଶ୍ୱର: ଅନୁଗୁଳ-କେରେଜଙ୍ଗ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରୀଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟେନ (୦୮୪୯୪/୦୮୪୯୩) କୁ ଗୋଟିଏ ଦିନ ତଥା ଜାନୁଆରି ୮ ପାଇଁ ଉଭୟ ଦିଗରୁ ବାତିଲ କରାଯାଇଛି । ଭୁବନେଶ୍ୱର-ରାଉରକେଲା ସ୍ପେସାଲ ଟ୍ରେନ (୦୨୮୬୨) ଏହାର ନିର୍ଦ୍ଧାରିତ ସମୟ ଅପରାହ୍ନ ୧ଟା ୪୦ ପରିବର୍ତ୍ତେ ଅପରାହ୍ନ ୨ଟା ୪୦ ରେ ଛାଡ଼ିବ । ଜାନୁଆରି ୮ ରେ ଏହି ଟ୍ରେନ ଭୁବନେଶ୍ୱରରୁ ଏହାର ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ଅପରାହ୍ନ ୩ଟା ୫୫ରେ ଛାଡ଼ିବ ।