ଆଇଏସ ଲିଙ୍କ : କାଶ୍ମୀରି ଦମ୍ପତ୍ତିଙ୍କ ସମେତ ୫ ଜଣଙ୍କ ବିରୋଧରେ ଏନଆଇଏର ଚାର୍ଜସିଟ
ଆଇଏସ ଲିଙ୍କ : କାଶ୍ମୀରି ଦମ୍ପତ୍ତିଙ୍କ ସମେତ ୫ ଜଣଙ୍କ ବିରୋଧରେ ଏନଆଇଏର ଚାର୍ଜସିଟ
admin
Sep 2, 2020 - 14:37
Updated: Sep 2, 2020 - 14:37
ନୂଆଦିଲ୍ଲୀ : ଆଇଏସ ଲିଙ୍କ ସନେ୍ଦହରେ ୫ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ଏନଆଇଏ । ଏହା ମଧ୍ୟରେ ଏକ କାଶ୍ମୀର ଦମ୍ପତ୍ତି ରହିଥିବା ବେଳେ ହାଇଦ୍ରାବାଦର ଜଣେ ଇଞ୍ଜିନିୟର ଏବଂ ପୁନେର ଦୁଇ ଜଣ ଯୁବକଙ୍କ ନାମରେ ଏହି ଚାର୍ଜସିଟ ଦାଖଲ କରାଯାଇଛି । ସିଏଏ ବିରୋଧୀ ଆନେ୍ଦାଳନ ସମୟରେ ଏହି ୫ ଜଣ ହିଂସାକାଣ୍ଡ ପାଇଁ ଯୋଜନା କରିଥିବା ନେଇ ଚାର୍ଜସିଟରେ ଉଲ୍ଲେଖ କରାଯାଇଛି ।
କାଶ୍ମୀରି ଦମ୍ପତ୍ତି ଜେହନଜିବ ସାମି ଏବଂ ହିନା ବସିର ବେଗଙ୍କ ନାମରେ ସରକାର ବିରୋଧରେ ମୁସଲିମଙ୍କୁ ଉସୁକାଇ ଦଙ୍ଗା କରିବାର ଷଡଯନ୍ତ୍ର ପାଇଁ ଚାର୍ଜସିଟ ଦାଖଲ କରାଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ସହିତ ବିଭିନ୍ନ ସଭାରେ ଏହି ଦୁଇ ଜଣ ଉତ୍ତେଜକ ଭାଷଣ ଦେବା ନେଇ ଚାର୍ଜସିଟରେ ଉଲ୍ଲେଖ କରାଯାଇଛି । ଅନ୍ୟ ଆରୋପୀଙ୍କ ମଧ୍ୟରେ ହାଇଦ୍ରାବାଦର ଇଞ୍ଜିନିୟର ଅବଦୁଲ୍ଲା ବସିତ ରହିଥିବା ବେଳେ ପୁନେର ଦୁଇ ଯୁବକ ସାଦିୟା ଅନୱର ଶେଖ ଏବଂ ନବୀଲ ସିଦ୍ଧିକି ଖତ୍ରୀଙ୍କ ନାମ ରହିଛି ।