ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୨୨୯କୁ ବୃଦ୍ଧି

ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୨୨୯କୁ ବୃଦ୍ଧି

ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୨୨୯କୁ ବୃଦ୍ଧି
ଭୁବନେଶ୍ବର : ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା, ମୟୂରଭଞ୍ଜ ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ଅନୁଗୁଳ, ବାଲେଶ୍ବର ଓ ବରଗଡ, ଭଦ୍ରକ, ଗଜପତି, ଝାରସୁଗୁଡା, କନ୍ଧମାଳ, ପୁରୀ ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା ୧୨୨୯କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧାର ଦୁଇ ମୃତକ ହେଲେ ଭୁବନେଶ୍ବରର ୬୪ ବର୍ଷୀୟ ପୁରୁଷ, ୩୯ ବର୍ଷୀୟା ମହିଳା ରହିଥିବାବେଳେ ମୟୂରଭଞ୍ଜର ୨ ମୃତକଙ୍କ ମଧ୍ୟରେ ୬୨ ଓ ୪୨ ବର୍ଷୀୟ ପୁରୁଷ । ସେହିପରି ସୁନ୍ଦରଗଡର ୨ ମୃତକ ମଧ୍ୟରେ ୭୩ ଓ ୭୮ ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି କନ୍ଧମାଳର ୬୨ ବର୍ଷୀୟ ମହିଳା, ବାଲେଶ୍ବରର ୫୨ ବର୍ଷୀୟା ମହିଳା, ଅନୁଗୁଳରୁ ୬୦ ବର୍ଷୀୟ ପୁରୁଷ, ବୌଦ୍ଧରୁ ୫୧ ବର୍ଷୀୟ ମହିଳା, ବରଗଡରୁ ୫୩ ବର୍ଷୀୟ ପୁରୁଷ, ଝାରସୁଗୁଡାରୁ ୬୦ ବର୍ଷୀୟ ପୁରୁଷ, ପୁରୀରୁ ୪୮ ବର୍ଷୀୟ ପୁରୁଷ, ସମ୍ବଲପୁରରୁ ୬୦ ବର୍ଷୀୟ ପୁରୁଷ, ଗଜପତିରୁ ୬୯ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।