ଆମୀର ଖାନଙ୍କୁ କରୋନା

ଆମୀର ଖାନଙ୍କୁ କରୋନା

ଆମୀର ଖାନଙ୍କୁ କରୋନା
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଆମୀର ଖାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନମୁନା ନରୀକ୍ଷା ପରେ ଆମୀର କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି । ପଜିଟିଭ ଚିହ୍ନଟ ପରେ ଘରୋଇ ସଂଗରୋଧରେ ଆମୀର ରହିଛନ୍ତି । ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି । ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଜି ଦେଶରେ କରୋନା ସଂଖ୍ୟା ୪୭୨୬୨ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଆମୀର ଖାନଙ୍କୁ କରୋନା ପଜିଟିଭ ହୋଇଛି ବୋଲି ଜଣାପଡିଛି । ଏନେଇ ଅମୀରଙ୍କ ମୁଖପାତ୍ର ବୁଧବାର ସୂଚନା ଦେଇଛନ୍ତି। ମୁଖପାତ୍ର କହିଛନ୍ତି, ସେ ଏବେ ନିଜ ଘରେ ସଙ୍ଗରୋଧରେ ଅଛନ୍ତି। ଏହାସହିତ ଡାକ୍ତରଙ୍କ ପରାମର୍ଶ କ୍ରମେ ସମସ୍ତ ସତର୍କତା ଅବଲମ୍ବନ କରୁଛନ୍ତି ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଗତ କିଛିଦିନ ମଧ୍ୟରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି, ସେ ସମସ୍ତେ କରୋନା ପରୀକ୍ଷା କରାଇ ନିଅନ୍ତୁ। ଆପଣ ସମସ୍ତଙ୍କ ଭଲପାଇବା ଓ ଆଶୀର୍ବାଦ ପାଇଁ ଧନ୍ୟବାଦ।