ଶେଷ ପର୍ଯ୍ୟାୟ ପାଇଁ ପ୍ରିୟଙ୍କା ଲଗାଇଛନ୍ତ ସମସ୍ତ ଶକ୍ତି

ଶେଷ ପର୍ଯ୍ୟାୟ ପାଇଁ ପ୍ରିୟଙ୍କା ଲଗାଇଛନ୍ତ ସମସ୍ତ ଶକ୍ତି

ଶେଷ ପର୍ଯ୍ୟାୟ ପାଇଁ ପ୍ରିୟଙ୍କା ଲଗାଇଛନ୍ତ ସମସ୍ତ ଶକ୍ତି
ଲକ୍ଷେ୍ନା : ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ଉତର ପ୍ରଦେଶ ପୂର୍ବାଚଂଳର ୧୩ଟି ଆସନରେ ଲଢେଇ ହେବାକୁ ଯାଉଛି । ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଆସନରୁ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ମୋଦିଙ୍କ ବ୍ୟତୀତ ଅନୁପ୍ରିୟା ପଟେଲ , ରମାପତି ଶାସ୍ତ୍ରୀ, ଡା. ଉହେନ୍ଦ୍ର ନାଥ ପାଣ୍ଡେ , ରବି କିଷନ, ଅଫଜଲ ଅନସାରୀଙ୍କ ଭଳି ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । ଏହି ଆସନ ଗୁଡିକରେ କଂଗ୍ରେସ କିଭଳି ପ୍ରଦର୍ଶନ କୁରଛି, ତାହା ଉପରେ ଦେଶବାସୀଙ୍କ ନଜର ରହିବ । କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ଉତରପ୍ରଦେଶ ପୂର୍ବାଂଚଳର ମଙ୍ଗ ଧରିବାକୁ ଦାୟିତ୍ୱ ଦିଆଯାଇଥିଲା । ତାଙ୍କୁ ଏଠାରେ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିଲା । ଯଦିଓ ଏଥର ସେ ନିର୍ବାଚନ ଲଢୁନାହାନ୍ତି, ତଥାପି ତାଙ୍କ ପାଇଁ ଏହି ପର୍ଯ୍ୟାୟ କୌଣସି ପରୀକ୍ଷାରୁ କମ୍ ନୁହେଁ । ଏହି ପର୍ଯ୍ୟାୟରେ ତାଙ୍କ ନେତୃତ୍ୱର ପରୀକ୍ଷା ହେବ ବୋଲି କୁହାଯାଇଛି । ପ୍ରିୟଙ୍କା ଗାନ୍ଧୀ ମଧ୍ୟପ୍ରଦେଶର ଉଜ୍ଜୈନରେ ଥିବା ମହାକାଳେଶ୍ୱର ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ତାଙ୍କ ସହ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥ ଓ ଅନ୍ୟ ଦଳୀୟ ନେତାମାନେ ଯାଇଥିଲେ । ମନ୍ଦିରରେ ପୂଜାର୍ଚ୍ଚନା ସହ ସ୍ୱର୍ଣ୍ଣ କଳସି ଅର୍ପଣ କରିଥିଲେ । ଏହାପରେ ସେ ରାଜ୍ୟରେ ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ ।