ଏଣିକି ଆଙ୍ଗୁଠି କହିବ ଅପରାଧ ତଥ୍ୟ

ଏଣିକି ଆଙ୍ଗୁଠି କହିବ ଅପରାଧ ତଥ୍ୟ

ଏଣିକି ଆଙ୍ଗୁଠି କହିବ ଅପରାଧ ତଥ୍ୟ
ଭୁବନେଶ୍ୱର: ରାଜଧାନୀରେ ଏବେ ମାତିଛନ୍ତି ଲୁଟେରା । ରାତି କଥା ଛାଡ଼, ଦିନ ଦ୍ୱିପ୍ରହରରେ ବି ଲୋକଙ୍କୁ ଆକ୍ରମଣ କରି ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଉଛନ୍ତି । ବନ୍ଧୁକ ମୁନରେ ଦେଉଛନ୍ତି ଧମକ । ଯାହା ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି । ତେବେ ଏଣିକି ଆଙ୍ଗୁଠି କହିବ ଅପରାଧ ତଥ୍ୟ । ରାଜଧାନୀରେ ସିରିଜ ଲୁଟ ପରେ ବଦଳିବ ପୁଲିସ ପାଟ୍ରୋଲିଂ ତରିକା । କେବଳ ସହର ଭିତରେ ନୁହେଁ, ଉପକଣ୍ଠରେ ବି ଯାଞ୍ଚ କଡ଼ାକଡ଼ି କରାଯିବ । ଗାଡ଼ି ଯାଞ୍ଚ ବେଳେ ଫିଙ୍ଗର ପ୍ରିଣ୍ଟ କିଟ ବ୍ୟବହାର କରାଯିବ । ଫିଙ୍ଗର ପ୍ରିଣ୍ଟ କିଟ ଦ୍ୱାରା ପୂର୍ବର ସମସ୍ତ ଅପରାଧିକ ତଥ୍ୟ ସମ୍ପର୍କରେ ଜାଣିହେବ । ଅନ୍ୟପକ୍ଷରେ ରାଜଧାନୀରେ ସଂଗଠିତ ସିରିଜ ଲୁଟରେ ୩ଟି ଗ୍ୟାଙ୍ଗର ସମ୍ପୃକ୍ତି ରହିଥିବା ପୁଲିସ କମିଶନର କହିଛନ୍ତି ।