ଏହି କାରଣ ପାଇଁ ହାରିଲା ବିଜେପି ।

ଏହି କାରଣ ପାଇଁ ହାରିଲା ବିଜେପି ।

ଏହି କାରଣ ପାଇଁ ହାରିଲା ବିଜେପି ।
ନୂଆଦିଲ୍ଲୀ: ଦିଲ୍ଳୀରେ ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ପୁଣିଥରେ କ୍ଷମତାକୁ ଆସିବେ ବୋଲି ସମସ୍ତ ଏକଜିଟ ପୋଲର ଆକଳନ ସତ୍ୟ ସାବ୍ୟସ୍ତ ହୋଇଛି । କେଜ୍ରିୱାଲ ଲଗାତାର ତୃତୀୟ ଥର ପାଇଁ ବିପୁଳ ବିଜୟ ହାସଲ କରିଛନ୍ତି । ବହୁ କସରତ ସତ୍ତ୍ୱେ ବିଜେପି ନିଜର ଲକ୍ଷ୍ୟ ପୂରଣ କରିପାରି ନାହିଁ କି ୭୦ ଆସନରୁ ୧୦ଟି ଆସନ ବି ହାସଲ କରବାକୁ ସକ୍ଷମ ହୋଇନାହିଁ । ବିଜେପିର ଚାଣକ୍ୟ ଅମିତ ଶାହ କେଜ୍ରିୱାଲଙ୍କ ପାଇଁ ଚଳିତ ଥର ବଡ଼ ଚ୍ୟାଲେଞ୍ଜ ହେବେ ବୋଲି କୁହାଯାଉଥିଲା । ତେବେ କେଜ୍ରିୱାଲଙ୍କ ସୁଚିନ୍ତିତ ରଣନୀତି ବିଜେପିର ସବୁ ଯୋଜନାକୁ ପଣ୍ଡ କରିଦେଲା । ପ୍ରଥମତଃ, ବିଜେପି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରିବା ଦଳ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥିଲା । କେଜ୍ରିୱାଲଙ୍କୁ ବ୍ୟକ୍ତିଗତ ଭାବେ ଯେତେ ପ୍ରହାର କରାଯାଇଛି ସେ ସେତେ ଅଧିକ ଭୋଟ ହାତେଇବାରେ ସକ୍ଷମ ହୋଇଥିବା କୁହାଯାଉଛି । ଦ୍ୱିତୀୟ କାରଣ ହେଉଛି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ବିଜେପିର କେହି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାହାନ୍ତି ବୋଲି ଆପ ଦିଲ୍ଲୀ ଜନତାଙ୍କ ମଧ୍ୟରେ ଅତି ସହଜରେ ବିଶ୍ୱାସ ଜନ୍ମାଇବାରେ ସଫଳ ହେଲା । ଫଳରେ ଦିଲ୍ଲୀ ବାସିନ୍ଦା ଆପକୁ ପସନ୍ଦ କଲେ । ତୃତୀୟ କାରଣ ହେଉଛି ୨୦୧୭ ଏମସିଡି ନିର୍ବାଚନରେ ଆପ ହାରିବା ପରଠାରୁ ବିଧାନସଭା ନିର୍ବାଚନ ପାଇଁ ସତର୍କତାର ସହ ପ୍ରସ୍ତୁତ ହୋଇଥିଲା । କିନ୍ତୁ ବିଜେପି ପ୍ରାର୍ଥିପତ୍ର ଦାଖଲ କରିବାପରେ ହିଁ ନିର୍ବାଚଚ ପ୍ରଚାର ଆରମ୍ଭ କଲା । ୨୦୧୩ରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିବା ପରେ ଆପ ଦେଇଥିବା ମାଗଣା ବିଦ୍ୟୁତ୍ ଏବଂ ପାଣି ପ୍ରତିଶ୍ରୁତି ୨୦୧୫ରେ ଏକ ମାଷ୍ଟର ଷ୍ଟ୍ରୋକ ଭଳି କାମକଲା । ୨୦୨୦ରେ ମଧ୍ୟ ଦିଲ୍ଲୀ ଜନସାଧାରଣ ଏହି କାରଣ ପାଇଁ ମଧ୍ୟ ଆପକୁ ଭୋଟ ଦେଇଛନ୍ତି । ଦିଲ୍ଲୀ ଜନସଂଖ୍ୟାର ୧୪ ପ୍ରତିଶତ ହେଉଛନ୍ତି ମୁସଲିମ । ବିଜେପିକୁ ହରାଇବାପାଇଁ ଯେଉଁ ଦଳ ଆଗୁଆ ଥାଏ ସଂଖ୍ୟାଲଘୁମାନେ ନିର୍ଦ୍ଦିଷ୍ଟ ଭାବେ ସେହି ଦଳକୁ ଭୋଟ ଦେଉଥିବା ନଜିର ରହିଛି । ଦିଲ୍ଲୀରେ ଦିନେ କଂଗ୍ରେସ ରାଜୁତି କରୁଥିଲା । ମୁସଲିମ ଭୋଟ କଂଗ୍ରେସକୁ ମିଳୁଥିଲା । କିନ୍ତୁ ୨୦୧୫ ପରେ ସବୁ ବଦଳିଗଲା । ଚଳିତ ଥର ମୁସଲିମ ଭୋଟରଙ୍କ ପ୍ରଥମ ପସନ୍ଦରେ ଆପ ରହିଥିଲା । ମୋଦୀ ସରକାରଙ୍କ ନୀତିକୁ ବିରୋଧ କରି ମୁସଲିମମାନେ କେବଳ ବିଜେପିକୁ ହଟାଇବାପାଇଁ ଆପକୁ ଭୋଟ ଦେଇଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବିଜେପିର ନକାରାତ୍ମକ ପ୍ରଚାର ପାଇଁ ଅନେକ ମଧ୍ୟବିତ୍ତ ଶ୍ରେଣୀର ବିଜେପି ସମର୍ଥକ କ୍ଷୁବ୍ଧ ହୋଇଥିଲେ । ଅରବିନ୍ଦ କେଜ୍ରିୱାଲଙ୍କ ହନୁମାନ ଚାଳିଶା ପାଠ ହିନ୍ଦୁ ଭୋଟରଙ୍କ ମନ ଜିଣିଥିଲା ।