"ମୋ ସରକାର' ରେ ସାମିଲ ହେଲା ଯୋଗାଣ ବିଭାଗ, ଲୋକଙ୍କଠାରୁ କେହି ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେ କହିଲେ ମୁଖ୍ୟମନ୍ତ୍ରୀ
"ମୋ ସରକାର' ରେ ସାମିଲ ହେଲା ଯୋଗାଣ ବିଭାଗ, ଲୋକଙ୍କଠାରୁ କେହି ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେ କହିଲେ ମୁଖ୍ୟମନ୍ତ୍ରୀ
admin
Feb 12, 2020 - 09:47
Updated: Feb 12, 2020 - 09:47
ଭୁବନେଶ୍ୱର: "ମୋ ସରକାର' ହେଉଛି ଲୋକଙ୍କ ସରକାର । ଲୋକଙ୍କ ଠାରୁ କେହି ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ । \"ମୋ ସରକାର\' ଅଭିଯାନ ମାଧ୍ୟମରେ ଲୋକଙ୍କ ନିକଟରେ ସରକାରୀ କର୍ମଚାରୀଙ୍କୁ ଉତ୍ତରଦାୟୀ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମଙ୍ଗଳବାର ଲୋକସେବା ଭବନେର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ \"ମୋ ସରକାର\'ରେ ସାମିଲ କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ଏହି ବିଭାଗରେ ଖାଦ୍ୟ ନିରାପତ୍ତା ବ୍ୟବସ୍ଥାରେ ଏବେ ୩.୩୦ କୋଟି ହିତାଧିକାରୀ ଅଛନ୍ତି, ଯାହା କି ରାଜ୍ୟର ଲୋକସଂଖ୍ୟାର ୭୯ ପ୍ରତିଶତ । ଏପରି ଏକ ବଡ଼ କାର୍ଯ୍ୟକୁ ପରିଚାଳନା କରିବା ପାଇଁ ବ୍ୟାପକ ତଥ୍ୟ ସହ କର୍ମଚାରୀମାନଙ୍କ ଦକ୍ଷତା ଓ ନିଷ୍ଠାର ଆବଶ୍ୟକତା ରହିଛି । ଏ ଦିଗରେ ବିଭାଗର ଉଦ୍ୟମ ନିଶ୍ଚିତ ପ୍ରଶଂସନୀୟ ।
ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ \"ମୋ ସରକାର\' ଏକ ଭିନ୍ନ ତଥା ନୂଆ ସରକାରୀ ପରିଚାଳନା ପଦ୍ଧତ୍ତି । ଏହା ମାଧ୍ୟମରେ ସରକାରୀ କର୍ମଚାରୀଙ୍କ ମନୋଭାବକୁ ବିକଶିତ କରାଯାଉଛି, ଯାହା ଫଳରେ କି ସାଧାରଣ ଲୋକଙ୍କୁ ସମ୍ମାନର ସହ ବ୍ୟବହାର କରିବେ ଓ ପେଶାଦାର ମନୋଭାବ ନେଇ ସେମାନଙ୍କୁ ସେବା ଯୋଗାଇ ଦେବେ । ଭୁବନେଶ୍ୱରରେ ପିଡିଏସ ବ୍ୟବସ୍ଥାରେ ଜଣେ ବ୍ୟକ୍ତି ଯେ କୌଣସି ସରକାରୀ ଦୋକାନରୁ ରାସନ ସାମଗ୍ରୀ ଉଠାଇପାରିବ । ଏହା ଏକ ଫଳପ୍ରଦ ବ୍ୟବସ୍ଥା ଓ ଏହା ଦ୍ୱାରା ହିତାଧିକାରୀମାନେ ସଶକ୍ତ ହେଉଛନ୍ତି । ଧୀରେ ଧୀରେ ସାରା ରାଜ୍ୟରେ ଏହା ଲାଗୁ ହେବ । ବୟସ୍କ ବ୍ୟକ୍ତି, ଭିନ୍ନକ୍ଷମ ଓ ଅସୁସ୍ଥ ହିତାଧିକାରୀଙ୍କ ଘରେ ରାସନ ସାମଗ୍ରୀ ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯିବା ସ୍ୱାଗତଯୋଗ୍ୟ ପଦକ୍ଷେପ । ଏମିତି ହିତାଧିକାରୀଙ୍କୁ ଅଧିକ ଚିହ୍ନଟ କରାଯାଇ ସେମାନଙ୍କ ଘରେ ରାସନ ସାମଗ୍ରୀ ପହଞ୍ଚାଯାଉ । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସମ୍ପୃକ୍ତିକୁ ପ୍ରୋତ୍ସାହନ ଦେଲେ ମହିଳା ସଶକ୍ତୀକରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜଣେ ବି ହିତାଧିକାରୀ ଯେପରି ବାଦ ନ ପଡ଼ନ୍ତି, ସେ ଦିଗ ପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଯଦି ପେଶାଦାର ମନୋଭାବ ନେଇ ଅଧିକାରୀମାନେ କାମ କରନ୍ତି, ତେବେ ସରକାରଙ୍କ ସମସ୍ତ ପଦକ୍ଷେପ ଫଳପ୍ରଦ ହୋଇପାରିବ ବୋଲି ସେ ଆଶାପ୍ରକଟ କରିଥିଲେ । ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, ନିଷ୍ଠାପର ଭାବେ ପେଶାଦାର ମନୋଭବ ନେଇ କାମ କରିବାକୁ ବିଭାଗ ପ୍ରତିଶ୍ରୁତିବଦ୍ଧ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ, ମୋ ସରକାର ପଦକ୍ଷେପର ଆତ୍ମା ହେଲା ଉତ୍ତରଦାୟିତ୍ୱ । ଲୋକଙ୍କ ଠାରୁ ମିଳୁଥିବା ମତାମତ ଆଧାରରେ ହିଁ କର୍ମଚାରୀଙ୍କୁ ସରକାର ପୁରସ୍କୃତ କରିବେ ନଚେତ ଦଣ୍ଡ ଦେବେ । ୫-ଟି ସଚିବ ଭି କେ ପାଣ୍ଡିଆନ ବିଭିନ୍ନ ଜିଲ୍ଲାର ଯୋଗାଣ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ । ସେ କହିଥିଲେ, ଯେଉଁ ବ୍ୟକ୍ତି ସରକାରୀ କାର୍ଯ୍ୟାଳୟକୁ ଆସୁଛନ୍ତି ସେ \"ମୋ ସରକାର\' ଅଧୀନରେ ସେ ଜଣେ ହିତାଧିକାରୀ । ଖାଦ୍ୟ ଯୋଗାଣ ବିଭାଗରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ପଞ୍ଚାୟତ କର୍ମକର୍ତ୍ତା, ହୋଲସେଲର, ରିଟେଲର ଯିଏ ବି ସରକାରୀ କାର୍ଯ୍ୟାଳୟ ଆସୁଛନ୍ତି, ସେମାନେ ଜଣେ ଜଣେ ହିତାଧିକାରୀ । ସେମାନଙ୍କୁ ସମ୍ମାନର ସହ ସେବା ଯୋଗାଇବାକୁ ପଡ଼ିବ । ବିଭାଗର ସଚିବ ଭି ଭି ଯାଦବ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।