ଏହି ନଦୀରେ ଭାସମାନ ହୋଇ ରହିଛି ହୋଟେଲ ।
ଏହି ନଦୀରେ ଭାସମାନ ହୋଇ ରହିଛି ହୋଟେଲ ।
admin
Feb 8, 2020 - 11:12
Updated: Feb 8, 2020 - 11:12
ସ୍ୱିଡେନର ଉତ୍ତର ଭାଗରେ ଥିବା ଲାପଲାଣ୍ଡ କ୍ଷେତ୍ରରେ ପ୍ରବାହିତ ହେଉଥିବା ଲୁଲ୍ ନଦୀରେ ଭାସମାନ କାଠ ହୋଟେଲ ଖୋଲିଛି । ହୋଟେଲର ନାମ ‘ଆର୍ଟିକ ବାଥ୍’ ହୋଟେଲ ଖୋଲିବା କ୍ଷଣି ଚଳିତ ବର୍ଷ ଏବଂ ଆସନ୍ତା ବର୍ଷ ଅର୍ଥାତ ୨୦୨୧ ପାଇଁ ହୋଟେଲ ୧୨ଟି ରୁମ୍ ବୁକ୍ ହୋଇସାରିଲାଣି । ଗୋଟିଏ ଦିନ ହୋଟେଲରେ ରହିବା ପାଇଁ ୮୧୫ ପାଉଣ୍ଡ (୭୫ ହଜାର ଟଙ୍କା) ଦେବାକୁ ପଡ଼ି୍ଥାଏ । ‘ଆର୍କିଟେକ୍ ବର୍ଟିଲ ହେରଷ୍ଟ୍ରୋମ ଆଣ୍ଡ ଜୋହାନ କାଉପିନ୍’ ନାମକ କମ୍ପାନୀ ହୋଟେଲଟିକୁ ଡିଜାଇନ କରିଛନ୍ତି । ଏହାର ବିଶେଷ କଥା ହେଉଛି, ହୋଟେଲରେ ୭୦ ପ୍ରତିଶତ କାଠ ବ୍ୟବହାର ହୋଇଛି । ଏପରିକି ହୋଟେଲରେ କାନ୍ଥ ଓ ଆସବାବ ପତ୍ର କାଠରେ ନିର୍ମିତ । କାଠର ପୋଲ ଦେଇ ହୋଟେଲ ମଧ୍ୟକୁ ଯିବାକୁ ପଡ଼ିଥାଏ । କାଠରେ ତିଆରି ରୁମ୍ ଛଡ଼ା ହୋଟେଲରେ ସୁଇମିଂ ପୁଲ, ସ୍ପା ସେଣ୍ଟର ଓ ବିଶେଷ ଥିମ ଉପରେ ଆଧାରିତ ଏକ ମେଡିଟେସନ ସେଣ୍ଟର ରହିଛି । ସ୍ଥାନରେ ଗ୍ରାମରେ ରହୁଥିବା ଆଦିମ ଅଧିବାସୀଙ୍କ ଯୋଗ କରିବା ପଦ୍ଧତିକୁ ନେଇ ହୋଟେଲରେ ମେଡିଟେସନ ସେଣ୍ଟର ଗଠିତ ବୋଲି ଖବର ମିଳିଛି । ଏହା ସ୍ଥିତ ସ୍ୱିଡେନର ‘ସେମି’ ନାମକ ପୁରାତନ ସଂସ୍କୃତି ବିଷୟରେ ମଧ୍ୟ ସେହି ସେଣ୍ଟରର ଜ୍ଞାନ ଦିଆଯାଉଛି । ଏହାକୁ ଶୁଣିବା ପାଇଁ ଏବଂ ପୁରାତନ ପଦ୍ଧତିରେ ଯୋ ଗକରିବା ପାଇଁ ପର୍ଯ୍ୟଟକଙ୍କ ବେଶ୍ ଭିଡ ଜମୁଛି ବୋଲି ହୋଟେଲକୁ ଡିଜାଇନ କରିଥିବା କମ୍ପାନୀ କହିଛି । ୨୦୧୮ରେ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଖରା ଦିନରେ ଆର୍ଟିକ ବାଥ୍ ନଦୀରେ ଭାସିଥାଏ । ଶୀତ ପଡ଼ିଲେ ନଦୀଟି ସମ୍ପୂର୍ଣ୍ଣ ବରଫ ପାଲଟିଯାଏ । ଫଳରେ ହୋଟେଲଟି ନଦୀରେ ଜମାଟ ବାନ୍ଧି ରହିଯାଏ ।