କରୋନା ରୋଗୀଙ୍କ ଇମ୍ୟୁନିଟି ବଢ଼ାଇବ କଡ଼କନାଥ କୁକୁଡା : ବିଶେଷଜ୍ଞ
କରୋନା ରୋଗୀଙ୍କ ଇମ୍ୟୁନିଟି ବଢ଼ାଇବ କଡ଼କନାଥ କୁକୁଡା : ବିଶେଷଜ୍ଞ
ଭୋପାଲ: ଚାରିଆଡେ କରୋନାକୁ ନେଇ ଜାରି ରହିଛି ହାହାକାର । ଦେଶରେ କରୋନାର ଦୈନିକ ସଂକ୍ରମଣ ହାର କମିଛି ସତ କିନ୍ତୁ କରୋନା ଯାଇନି । କରୋନାରେ ସଂକ୍ରମିତ ହେବା ପରେ ଡାକ୍ତର ଓ ବିଶେଷଜ୍ଞମାନେ ଇମ୍ୟୁନିଟି ବଢ଼ାଇବା ପାଇଁ କହୁଛନ୍ତି । ଏଥିଲାଗି କରୋନା ରୋଗୀଙ୍କ ଡାଏଟ୍ରେ ଇମ୍ୟୁନିଟି ବଢ଼ାଉଥିବା ଖାଦ୍ୟ ସାମିଲ କରିବାକୁ ପରାମର୍ଶ ଦେଉଛନ୍ତି ।
ଏଭିଳି ସ୍ଥିତିରେ ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ ଏକ ନୂଆ ରିସର୍ଚ୍ଚ ସାମ୍ନାକୁ ଆସିଛି । କଡକନାଥ କୁକୁଡା କରୋନା ରୋଗୀଙ୍କ ଇମ୍ୟୁନିଟି ବଢ଼ାଉଥିବା ନେଇ ଦାବି ହୋଇଛି । ଏନେଇ ଏଠାକର ରିସର୍ଚ୍ଚ ସେଣ୍ଟର ଏବଂ କୃଷି ବିଜ୍ଞାନ କେନ୍ଦ୍ର ଆଇସିଏମ୍ଆର୍ ଏବଂ ଡିପାର୍ଟମେଣ୍ଟ ଅଫ୍ ହେଲ୍ଥ ରିସର୍ଚ୍ଚକୁ ଚିଠି ଲେଖି ଜଣାଇଛି ।
କଡକନାଥ କୁକୁଡାର ମାଂସରେ ହାଇ ପ୍ରୋଟିନ୍, ଭିଟାମିନ, ଜିଙ୍କ ଏବଂ ଲୋ’ ଫ୍ୟାଟ୍ ରହିଛି । ସବୁଠାରୁ ବଡ଼ କଥା ହେଉଛିଏହା କୋଲେଷ୍ଟ୍ରଲ ଫ୍ରି ମଧ୍ୟ । ଏଭଳି ସ୍ଥିତିରେ ପୋଷ୍ଟ କୋଭିଡ୍ ଏବଂ କୋଭିଡ ସମୟରେ ଏହି କଳା କୁକୁଡାର ମାଂସକୁ ନିଜ ଡାଏଟ୍ରେ ସାମିଲ୍ କରିବା ଉଚିତ । ଏହାଦ୍ୱାରା ଇମ୍ୟୁନିଟି ବଢ଼ିବ ବୋଲି କୃଷି ବିଜ୍ଞାନକେନ୍ଦ୍ର ଏବଂ ଝାବୁଆ କଡକନାଥ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଦାବି ହୋଇଛି ।
ଝାବୁଆର କଡକନାଥ କୁକୁଡାର ମାଂସ ଏବଂ ତା’ର ଅଣ୍ଡାକୁ କୋଭିଡ ଏବଂ ପୋଷ୍ଟ କୋଭିଡ ରୋଗୀଙ୍କ ଡାଏଟ୍ରେ ସାମିଲ କରାଯାଇ ପାରିବ ନା ନାହିଁ ତାହା ଏବେ ଆଇସିଏମ୍ଆର୍ ଉପରେ ନିର୍ଭର କରେ । କରୋନାରେ ସଂକ୍ରମଣ ହେବା ପରେ ଅତ୍ୟନ୍ତ ଦୁର୍ବଳ ଇମ୍ୟୁନିଟି ଥିବା ଲୋକଙ୍କ ଉପରେ ଏହା କେତେ ପ୍ରଭାବ ପକାଉଛି, ତାହା କେବଳ ପରୀକ୍ଷଣ ପରେ ହିଁ ଜଣାପଡିଛି । ଯଦି ପରିଣାମ ସକରାତ୍ମକ ଆସେ ତେବେ ଏହାକୁ ଡାଏଟ୍ରେ ସାମିଲ କରାଯାଇପାରେ ।




admin 