ମାନସିକ ଚାପର ଭୟାବହତା

ମାନସିକ ଚାପର ଭୟାବହତା

ମାନସିକ ଚାପର ଭୟାବହତା
କାମର ଚାପ, ପାରିବାରିକ ଅଶାନ୍ତି କାରଣରୁ ହିଁ ମାନସିକ ଅସ୍ଥିରତା ଆରମ୍ଭ ହୋଇଥାଏ। ପ୍ରଥମରୁ ଏହାର ଚିକିତ୍ସା ବିଶେଷଜ୍ଞଙ୍କ ପାଖରେ କରାନଗଲେ, ସମୟକ୍ରମେ ପରିସ୍ଥିତି ଜଟିଳ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ। – ମନରେ ଅଶାନ୍ତି ବଢ଼ିବଢ଼ି ଅନେକଙ୍କର ମସ୍ତିଷ୍କ କୋଶିକା କୋମାକୁ ଚାଲିଯାଇଥାଏ। ବିଭିନ୍ନ ପ୍ରକାର ଅନୁଧ୍ୟାନ କରିବା ପରେ ଗବେଷକ ଏସବୁ ତଥ୍ୟ ପ୍ରକାଶ କରିଛନ୍ତି। – ଅବସାଦ, ଅଶାନ୍ତିରେ ରହିଲେ କୋର୍ଟିସଲ୍ ନାମକ ହରମୋନ୍‌‌ ସ୍ରାବ ହୁଏ। ଏହି ହରମୋନ୍ ଅଧିକ ପରିମାଣର ବାହାରିଲେ ମସ୍ତିଷ୍କ କୋଷିକାରେ ଛିଦ୍ର ହେବା ଆରମ୍ଭ କରେ। – ଏହା କାରଣରୁ ଅନେକ ଘଟଣା ମନରୁ ପାଶୋରିଯାଉ। ମାନସିକ ଅବସାଦରେ ରହୁଥିବା ରୋଗୀଙ୍କ ଚିକିତ୍ସା ଯଥା ଭାବେ କରାନଗଲେ ଦିନକୁଦିନ ସେମାନଙ୍କ ସମସ୍ୟା ବୃଦ୍ଧି ହୁଏ। – ମନ ଖୁସି କରିବା ପାଇଁ ନିଜ ଇଚ୍ଛା ଅନୁସାରେ କାମ କରନ୍ତୁ। ଅଧିକାଂଶ ସମୟ ଟେଲିଭିଜନରେ ହାସ୍ୟରସାତ୍ମକ କାର୍ୟ୍ୟକ୍ରମ ଦେଖିବା ସହ ପତ୍ରିକା ଆଦି ପଢ଼ି ମନ ହାଲୁକା କରିପାରିବେ। – ମାନସିକ ଚାପ ବଢ଼ିଲେ ସମୟକ୍ରମେ ଆମ ମସ୍ତିଷ୍କର ଆଭ୍ୟନ୍ତରୀଣ ଆକୃତି ମଧ୍ୟ ପରିବର୍ତ୍ତନ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ।