କେଶରୀ ମଲ ନିଆଁ ପଛର କାରଣ
କେଶରୀ ମଲ ନିଆଁ ପଛର କାରଣ
ଭୁବନେଶ୍ୱର : ରବିବାର ସାଙ୍ଗକୁ ରଜ ବଜାର ପାଇ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ଓ କେଶରୀ ମଲରେ ପ୍ରବଳ ଭିଡ ଲାଗି ରହିଥିଲା । ଲୋକ କିଣାକିଣି କରୁଥିବାବେଳେ ଦିନ ପ୍ରାୟ ୧୧ଟା ବେଳେ ମଲର ପ୍ରଥମ ମହଲାରୁ ହଠାତ୍ ଧୂଆଁ ବାହାରିଥିଲା । ପ୍ରଥମ ମହଲାଟି ଧୂଆଁମୟ ହୋଇଯାଇବାରୁ ମଲ୍ ଭିତରେ ଥିବା ଗ୍ରାହକମାନେ ଭୟଭୀତ ହୋଇ ବାହାରକୁ ବାହାରି ଆସିଥିଲେ । ତେବେ ଉପସ୍ଥିତ ଦୋକାନୀମାନେ ତୁରନ୍ତ ଅଗ୍ନି ନିର୍ବାପକ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ ।
ସୂଚନା ପାଇ ଅଗ୍ନିଶମବାହିନୀ ପହଞ୍ଚିଲାବେଳେକୁ ନିଆଁ ଲିଭିଯାଇଥିଲା । ବିଦୁ୍ୟତ୍ ସଟ୍ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ସଟ୍ ସର୍କିଟ୍ ଯୋଗୁଁ ଗୋଟିଏ ପଙ୍ଖା ପୋଡିଯାଇଛି । ଯେଉଁଠାରେ ପାନେଲ ବୋର୍ଡ ଥିଲା ତା’ପାଖରେ ଏକ ପୋଷାକ ଦୋକାନ ଥିଲେ ମଧ୍ୟ ତ୍ୱରିତ ପଦକ୍ଷେପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନଥିବା ମଲ୍ କର୍ମଚାରୀ ସୂଚନା ଦେଇଛନ୍ତି ।
ବିଏମସି ମେୟର ସୁଲୋଚନା ଦାସ ଓ ଡେପୁଟି ମେୟର ମଞ୍ଜୁଲତା କଅଁର ଘଟଣାସ୍ଥଳରେ ପହଂଚି ସ୍ଥିତି ଯାଞ୍ଚ କରିଛନ୍ତି । ମଲ୍ରେ ବାରମ୍ବାର ନିଆଁ ଲାଗୁଥିବବେଳେ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ମେୟର । ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ୍ ୧୫ ତାରିଖ ରାତିରେ ଏହି ମଲରେ ନିଆଁ ଲାଗି କିଛି ପୋଷାକ ଦୋକାନ ସଂପୂର୍ଣ୍ଣ ଜଳିଯାଇଥିଲା । ସେତେବେଳେ ମଲର ଅଗ୍ନିନିର୍ବାପକ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।




admin 