ଖଣ୍ଡାୟତ କ୍ଷତ୍ରୀୟ ମହାସଂଘ ପକ୍ଷରୁ ପଂଚମ ବାର୍ଷିକ ଉତସବ ଅନୁଷ୍ଠିତ

ଖଣ୍ଡାୟତ କ୍ଷତ୍ରୀୟ ମହାସଂଘ ପକ୍ଷରୁ ପଂଚମ ବାର୍ଷିକ ଉତସବ ଅନୁଷ୍ଠିତ

ଖଣ୍ଡାୟତ କ୍ଷତ୍ରୀୟ ମହାସଂଘ ପକ୍ଷରୁ ପଂଚମ ବାର୍ଷିକ ଉତସବ ଅନୁଷ୍ଠିତ
ଜୁନାଗଡରେ ଖଣ୍ଡାୟତ କ୍ଷତ୍ରୀୟ ମହାସଂଘ ପକ୍ଷରୁ ପଂଚମ ବାର୍ଷିକ ଉସôବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନାୟକ ଫାର୍ମ ହାଉସ୍ ରେ ଏହି ସଭା ହୋଇଥିଲା । ଏହି ଆଲୋଚନାର ମୁଖ୍ୟ ଉଦେ୍ଧଶ୍ୟ ଥିଲା ‘କୃଷିର ଉନ୍ନତିରେ ଦେଶର ଉନ୍ନତି’ ଓ ‘ଏକ କୁସଂସ୍କାର ମୁକ୍ତ ସମାଜ ଗଠନ’ । ଦେଶ ଜାତି ଗଠନରେ ଖଣ୍ଡାୟତ କ୍ଷତ୍ରୀୟ ବୀର ପାଇକମାଙ୍କ ଭୂମିକା ଓ ଜାତିର ଏକତା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ସଭାରେ କୋରାପୁଟର ବିଭିନ୍ନ ବ୍ଲକର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଉକôଳ ବିକାଶ ପରିଷଦର ମହାସଚିବ, ରାଜ୍ୟ ସଂଗ୍ରହାଳୟର ଅଧ୍ୟକ୍ଷା ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଖଣ୍ଡାୟତ କ୍ଷେତ୍ରୀୟ ମହାସଂଘ ଓ ଜୁନାଗଣ ସଭାପତି ରମେଶ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ । ମଂଚାସୀନ ଥିବା ଅତିଥିମାନେ ସଭାକୁ ଲୋକାର୍ପଣ କରିଥିଲେ । ଅନୁଷ୍ଠାନର ହୀତାଧିକାରୀ ପିତାମ୍ବରୀ ନାୟକଙ୍କ ଅକାଳ ତିରୋଧାନ ଓ ତାଙ୍କ ଆତ୍ମାର ସଦଗତି ପାଇଁ ଏକ ମିନିଟର ନୀରବ ପ୍ରାର୍ଥନାର କରାଯାଇଥିଲା । ଶେଷରେ ରଶ୍ମୀରଂଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।