ଗୋଟେ ଦିନରେ ରେକର୍ଡ ଭାଙ୍ଗିଲା ମଦ ବିକ୍ରି,ଜାଣନ୍ତୁ କେଉଁ ସ୍ଥାନରେ କେତେଟଙ୍କାରେ ବିକ୍ରି ହେଲା ମଦ

ଗୋଟେ ଦିନରେ ରେକର୍ଡ ଭାଙ୍ଗିଲା ମଦ ବିକ୍ରି,ଜାଣନ୍ତୁ କେଉଁ ସ୍ଥାନରେ କେତେଟଙ୍କାରେ ବିକ୍ରି ହେଲା ମଦ

ଗୋଟେ ଦିନରେ ରେକର୍ଡ ଭାଙ୍ଗିଲା ମଦ ବିକ୍ରି,ଜାଣନ୍ତୁ କେଉଁ ସ୍ଥାନରେ କେତେଟଙ୍କାରେ ବିକ୍ରି ହେଲା ମଦ
ଲକ୍ ଡାଉନ୍‌ର ଗାଇଡ୍‌ ଲାଇନ୍‌ ଅନୁସାରେ ମଦ ବିକ୍ରି ପାଇଁ ଅନୁମତି ମିଳିବା ପରେ ଏହି କାରବାର ବେଶ୍‌ ଜମିଛି । କାଲି ଭଳି ଆଜି ବି ମଦ ଦୋକାନ ଆଗରେ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶ : 300 କୋଟି ରାଜସ୍ଥାନ – 59 କୋଟି କର୍ଣ୍ଣାଟକ – 45 କୋଟି ଛତିଶଗଡ – 35 କୋଟି ୟୁପିର ଲକ୍ଷ୍ନୌରେ 6 କୋଟିର ମଦ ବିକ୍ରି ହୋଇଛି । ଆଜି ମଦ ଉପରେ ସ୍ବତନ୍ତ୍ର କରୋନା ଫି’ ଆଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଏମ୍‌ଆରପି ଉପରେ 70 ପ୍ରତିଶତ ଟ୍ୟାକ୍ସ ଆଦାୟ କରିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ରର ଗାଇଡଲାଇନ ଅନୁଯାୟୀ ଏକକାଳୀନ ମଦ ଦୋନାକୁ 5 ଜଣ ଗ୍ରାହକ ଯାଇପାରିବେ ବୋଲି ନିୟମ ରହିଥିବାବେଳେ ପ୍ରତି ଗ୍ରାହକଙ୍କ ମଧ୍ୟରେ 6 ଫୁଟ ଦୂରତା ରହିବାକୁ ନିୟମ କରାଯାଇଛି । କିନ୍ତୁ ଗତକାଲି ଏହି ନିୟମକୁ କେହି ମାନିନଥିବାର ଦେଖାଇଥିଲା ।