ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଗିରଫ

ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଗିରଫ

ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଗିରଫ
ଭୋପାଳ : କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଗିରଫ ହୋଇଛି । ମଧ୍ୟପ୍ରଦେଶର ଉଜୟିନୀରେ ଥିବା ମହାକାଳ ମନ୍ଦିରର ତାକୁ ଗିରଫ କରାଯାଇଛି । ଉତରପ୍ରଦେଶ ପୁଲିସ ତାକୁ ଗିରଫ କରିବା ପରେ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରିଥିଲା । ଏବେ ତାକୁ କାନପୁର ଅଣାଯାଉଛି । ଗ୍ୟାଙ୍ଗଷ୍ଟାର ବିକାଶ କାନପୁର ଏନକାଉଂଟରର ମୁଖ୍ୟ ଅପରାଧି ଥିଲା । ଏହି ଏନକାଉଂଟରରେ ୮ ପୁଲିସ ସହିଦ ହୋଇଥିଲେ । ଗତ କିଛିଦିନ ଧରି ତାକୁ ଧରିବା ପାଇଁ ୟୂପି ପୁଲିସ ଜାଲ ବିଛାଇଥିଲା । ଗତକାଲି ତାର ଘନିଷ୍ଠ ସହଯୋଗୀକୁ ପୁଲିସ ଏନକାଉଂଟର କରିଥିଲା । ଗୁରୁଗ୍ରାମ, ଦିଲ୍ଲୀ ଓ ଫରିଦାବାଦରେ ତାକୁ ପୁଲିସ ଚଢ଼ାଉ କରି ଛାଡ଼ଭିନ କରିଥିଲା । ତେବେ କୌଶଳ କ୍ରମେ ବିକାଶ ମଧ୍ୟପ୍ରଦେଶକୁ ପଳାଇଥିଲା । ଆଜି ସକାଳେ ଉଜ୍ଜୟିନୀର ମହାକାଳ ମନ୍ଦିରରେ ଦର୍ଶନ କରିବାକୁ ଯାଇଥିଲା ସେ । ତେବେ ପୂର୍ବରୁ ଛକି ରହିଥିବା ପୁଲିସ ତାକୁ ସେଠାରୁ ଗିରଫ କରିଥିଲା ।