ଘର ଭଡ଼ା ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଘର ଭଡ଼ା ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଘର ଭଡ଼ା ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ଭୁବନେଶ୍ୱର: ସାରା ବିଶ୍ୱ ଏବେ କରୋନାକୁ ମୁକାବିଲା କରୁଛି । ଓଡ଼ିଶା ସମେତ ଦେଶରେ ସରକାର ବହୁ ପଦକ୍ଷେପ ଗ୍ରହଣ କରିବା ସହ ଦେଶକୁ ଲକଡାଉନ କରିଛନ୍ତି । ଏହି ସମୟରେ ଘର ଭଡ଼ା ନ ମାଗିବା ପାଇଁ ଘର ମାଲିକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ସହାନୁଭୂତିଶୀଳ ହେବାକୁ ସେ ପରାମର୍ଶଦେଇଛନ୍ତି । ଘର ମାଲିକମାନଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ ଏକ ଟ୍ୱିଟ କରିଛନ୍ତି । ଏଥିରେ ସେ ଦର୍ଶାଇଛନ୍ତି, ସାରା ବିଶ୍ୱ ଏବେ କରୋନା ପାଇଁ ଗୁରୁତର ସମସ୍ୟାର ସାମ୍ନା କରୁଛି । ଆମ ଦେଶରେ ଏବେ ଲକଡାଉନ ହୋଇଛି । କରୋନା ଆହ୍ୱାନକୁ ମୁକାବିଲା କରିବା ପାଇଁ ରାଜ୍ୟ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି । ଏହି କଠିନ ସମୟରେ ଆମେ ପରସ୍ପର ପାଇଁ ଠିଆ ହେବାର ଆବଶ୍ୟକତା ରହିଛି । ଏହି ସମୟରେ ଘର ମାଲିକମାନେ ସହାନୁଭୂତିଶୀଳ ହେବା ସହ ଅତି କମରେ ତିନି ମାସ ଘର ଭଡ଼ା ଛାଡ଼ କରିବାକୁ କିମ୍ବା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଯଦି କେହି ଘରଭଡ଼ା ଦେଇ ନ ପାରିବେ ଘର ମାଲିକମାନେ ସେମାନଙ୍କୁ ଘର ଛାଡ଼ିବା କହିବା ଉଚିତ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।