ପୋଲିସ ଏନ୍‌କାଉଣ୍ଟର, ୨ ନକ୍ସଲ ନିହତ

ପୋଲିସ ଏନ୍‌କାଉଣ୍ଟର, ୨ ନକ୍ସଲ ନିହତ

ପୋଲିସ ଏନ୍‌କାଉଣ୍ଟର, ୨ ନକ୍ସଲ ନିହତ
ଛତିଶଗଡ : ବିଜାପୁରରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଯାହ।ଫଳରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି । ଗ୍ରେହାଉଣ୍ଡସ୍ ଫୋର୍ସ ଏବଂ ଛତିଶଗଡ ପୋଲିସର ମିଳିତ ଅପରେସନରେ ଏନକାଉଣ୍ଟର ହୋଇଛି । ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଘଟଣା ଜଣାପଡୁଛି ଯେ ଆଜି ଛତିଶଗଡ ବିଜାପୁରରେ ପାମେଡ ଗାଁ ଜଙ୍ଗଲରେ ନକ୍ସଲ ଲୁଚି ରହିଥିବା ସୂଚନା ମିଳିବା ପରେ ଗ୍ରେହାଉଣ୍ଡସ୍ ଫୋର୍ସ ଏବଂ ଛତିଶଗଡ ପୋଲିସ ମିଳିତ ଭାବରେ ସର୍ଚ୍ଚ ଅପରେସନ କରିଥିଲେ । ଏହି ସମୟରେ ନକ୍ସଲମାନେ ଆଗ ଗୁଳିଚାଳନା କରିଥିଲେ । । ଫଳରେ ପୋଲିସ ଗୁଳିରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି । ଜଙ୍ଗଲରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।