ଚଟାଣରେ ଖସି ଉପବାଚସ୍ପତି ଆହତ

ଚଟାଣରେ ଖସି ଉପବାଚସ୍ପତି ଆହତ

ଚଟାଣରେ ଖସି ଉପବାଚସ୍ପତି ଆହତ
ଭୁବନେଶ୍ୱର : ଚଟାଣରେ ପାଦ ଖସି ଯିବାରୁ ଉପବାଚସ୍ପତି ରଜନୀ କାନ୍ତ ସିଂ ଆହତ ହୋଇଛନ୍ତି । ତାଙ୍କ ବାମ ଗୋଡ଼ରେ ହେୟାରଲାଇନ ଫାକ୍ଟର ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ, ଗୁରୁବାର ଦିନ ପ୍ରାୟ ସାଢ଼େ ୧୦ଟାରେ ଶ୍ରୀ ସିଂ ଲୋୟର ପିଏମଜିସ୍ଥିତ ନୂଆ କ୍ୱାଟର ପରିଦର୍ଶନ ଆସିଥିଲେ । କ୍ୱାଟର ଚାରିପଟେ ବୁଲି ଦେଖୁଥିବା ସମୟରେ ହଠାତ୍ ତାଙ୍କ ପାଦ ଖସି ଯିବାରୁ ସେ ତଳେ ପଡ଼ି ଯାଇଥିଲେ । ପାଖରେ ଥିବା କର୍ମଚାରୀମାନେ ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଘରକୁ ଅଣାଯାଇଥିଲା ।