ଜେଡି (ୟୁ)ରେ ମିଶିବେ ଲାଲୁଙ୍କ ସମୁଦି

ଜେଡି (ୟୁ)ରେ ମିଶିବେ ଲାଲୁଙ୍କ ସମୁଦି

ଜେଡି (ୟୁ)ରେ ମିଶିବେ ଲାଲୁଙ୍କ ସମୁଦି
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡି (ୟୁ) ଓ ବିରୋଧୀ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ମଧ୍ୟରେ ଛକାପଞ୍ଝା ଚାଲିଛି । ଦୁଇ ଦିନ ପୂର୍ବେ ନୀତୀଶଙ୍କ ମନ୍ତ୍ରିମଣ୍ଡଳର ଜଣେ ସଦସ୍ୟ ଇସ୍ତଫା ଦେଇ ଲାଲୁଙ୍କ ଆରଜେଡି ଆଡକୁ ମୁହାଁଇଥିବା ବେଳେ ଲାଲୁ ତାଙ୍କ ଦଳର ତିନି ବିଧାୟକଙ୍କୁ ବହିଷ୍କାର କରିଥିଲେ । ଏବେ ଲାଲୁ ଯାଦବଙ୍କ ସମୁଦୀ ଚନ୍ଦି୍ରକା ରାୟ ୨ ବିଧାୟକଙ୍କ ଜେଡିୟୁରେ ସାମିଲ ହେବାକୁ ଘୋଷଣା କରିଛନ୍ତି । ଅନ୍ୟ ଦୁଇ ଜଣ ହେଉଛନ୍ତି ପାଲିଗଞ୍ଜ ବିଧାୟକ ଜୟବର୍ଦ୍ଧନ ଯାଦବ ଓ କେୱଟି ବିଧାୟକ ତଥା ପୂର୍ବତନ ସାଂସଦ ଅସରଫ ଅଲୀଙ୍କ ପୁଅ ଫରାଜ ଫାତମୀ । ଏହି ଦୁଇ ଜଣ ଦୁଇ ଦିନ ପୂର୍ବେ ଆରଜେଡିରୁ ବହିଷ୍କାର କରାଯାଇଥିଲା । ଛପ୍ରା ଜିଲ୍ଲା ଫର୍ସା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ଚନ୍ଦ୍ରିକାଙ୍କ ଝିଅ ଐଶ୍ୱର୍ଯ୍ୟା ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପଙ୍କୁ ଦୁଇ ବର୍ଷ ପୂର୍ବେ ବିବାହ କରିଥିଲେ ।