ଆଜି ମମତାଙ୍କ ବୈଠକ

ଆଜି ମମତାଙ୍କ ବୈଠକ

ଆଜି ମମତାଙ୍କ ବୈଠକ
କଲକୋତା: ନିର୍ବାଚନୀ ଝଟକା ଖାଇଥିବା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଶନିବାର ଦଳୀୟ ନେତା ସାଂସଦମାନଙ୍କର ଜରୁରୀ ବୈଠକ ଆହ୍ୱାନ କରିଛନ୍ତି । ମମତାଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ ଦଳର ବିଜୟୀ ତଥା ପରାଜିତ ପ୍ରାର୍ଥୀଙ୍କ ସହ ଜିଲ୍ଲାସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକର୍ତାଙ୍କୁ ଯୋଗଦେବାକୁ କୁହାଯାଇଥିବା ଦଳୀୟ ସୂତ୍ରରୁ ପ୍ରକାଶ । ବୈଠକରେ ନିର୍ବାଚନରେ ଦଳୀୟ ପ୍ରଦର୍ଶନର ସମୀକ୍ଷା ହେବ ଓ ପରବର୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଜଣାପଡିଛି । ପଶ୍ଚିମବଙ୍ଗର ମୋଟ ୪୨ ଲୋକସଭା ଆସନରୁ ତୃଣମୂଳ କଂଗ୍ରେସକୁ ୨୨ ଆସନରେ ସୀମିତ ରଖି ବିଜେପି ପ୍ରଥମ ଥର ପାଇଁ ୧୮ଟି ଆସନ ଦଖଲ କରିବାକୁ ସମର୍ଥନ ହୋଇଛି ।୨୦୧୩୪ ନିର୍ବାଚନରେ ମମତାଙ୍କ ଦଳ ପାଖରେ ୩୪ଟି ଆସନ ରହିଥିଲା । ଚଳିତ ନିର୍ବାଚନରେ ତୃଣମୂଳର ଭୋଟ ପ୍ରତିଶତ ମଧ୍ୟ ହ୍ରାସ ପାଇଛି, ଯାହା ମମତାଙ୍କ ଚିନ୍ତା ବଢାଇଛି । ବିଜେପିକୁ ୪୩.୨୮ ପ୍ରତିଶତ ଭୋଟ ମିଳିଥିବାବେଳେ ତୃଣମୂଳକୁ ୪୦.୨୫, ବାମ ସାମ୍ମୁଖ୍ୟକୁମାତ୍ର ୭.୮ ପ୍ରତିଶତ ଓ କଂଗ୍ରେସକୁ ସର୍ବନିମ୍ନ ୫.୬୧ ପ୍ରତିଶତ ଭୋଟ ମିଳିଛି ।