ଟ୍ରେନ୍ ଭିତରୁ ମିଳିଲା ଯୁବକଙ୍କ ମୃତଦେହ ।

ଟ୍ରେନ୍ ଭିତରୁ ମିଳିଲା ଯୁବକଙ୍କ ମୃତଦେହ ।

ଟ୍ରେନ୍ ଭିତରୁ ମିଳିଲା ଯୁବକଙ୍କ ମୃତଦେହ ।
ଖୋର୍ଦ୍ଧା ରୋଡ ଷ୍ଟେସନରେ ଜଣେ ଯୁବକଙ୍କ ମୃତ ଦେହ ଜବତ ହୋଇଛି । ମୃତଦେହକୁ ରେଳବାଇ ପୋଲିସ ଜବତ କରିଛି । ସୂଚନା ଅନୁଯାୟୀ ଆଜି ସକାଳ ୧୦ଟା ବେଳେ ଖୋର୍ଦ୍ଧା ରୋଡ ଷ୍ଟେସନର ୧ନମ୍ବର ପ୍ଲାଟଫମରେ ବିଶାଖାପାଟଣା-ଅମ୍ରିତସର ହୀରାକୁଦ ଏକ୍ସପ୍ରେସ ଟ୍ରେନ ଭିତରୁ ରେଳବାଇ ପୋଲିସ ଏକ ଯୁବକର ମୃତ ଦେହ ଜବତ କରିଛି। ମୃତ ଦେଖି ସେହି ବଗିରେ ଥିବା ଯାତ୍ରୀ ରେଳବାଇ ପୋଲିସ କୁ ଖବର ଦେଇଥିଲେ। ମୃତ ବ୍ୟକ୍ତିର ପ୍ୟାନ୍ କାର୍ଡରୁ ଜଣାଯାଇଛି ଯେ ମୃତ ଯୁବକଙ୍କ ନାମ ଅମିତ କୁମାର ସିଂହ। ତାଙ୍କର ବୟସ ୩୦ ବର୍ଷ। ସେ ତେଲେଙ୍ଗାନାର ଅଧିବାସୀ ବୋଲି ବି ଜଣାଯାଇଛି। ତାଙ୍କର ଏକ ଚେକ୍ ବୁକ୍ ବି ମିଳିଛି। ତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଅମିତ କୁମାର ସିଂହଙ୍କର ପରିଚୟ ମିଳିଥିଲେ ବି, ମୃତ୍ୟୁର କାରଣ କ’ଣ ତାହା ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ରେଳବାଇ ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।