ଠେକୁଆ ମାଂସ ପାଇଁ ସ୍ତ୍ରୀକୁ ହତ୍ୟା

ଠେକୁଆ ମାଂସ ପାଇଁ ସ୍ତ୍ରୀକୁ ହତ୍ୟା

ଠେକୁଆ ମାଂସ ପାଇଁ ସ୍ତ୍ରୀକୁ ହତ୍ୟା

ପାଟଣାଗଡ଼: ଠେକୁଆ ମାଂସ ଖାଇବାକୁ ନେଇ ହୋଇଥିଲା କଳହ। ଘରେ ପୋଷିଥିବା ଠେକୁଆକୁ ମାରି ଖାଇବାକୁ ଜିଦ ଧରିଥିଲା ମାତାଲ ସ୍ୱାମୀ । ସ୍ତ୍ରୀ ବାରଣ କରିବାରୁ ନିଶାସକ୍ତ ସ୍ୱାମୀ ଟାଙ୍ଗିଆରେ ସ୍ତ୍ରୀକୁ ପକାଇଥିଲା ଚୋଟ। ପରେ ଥାନାରେ ଆତ୍ମ ସମର୍ପଣ କରି ଜେଲ ଯାଇଛି ସ୍ତ୍ରୀ ହତ୍ୟାକାରୀ ସ୍ୱାମୀ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଭରତବାହାଲ ଗାଁରେ ଘଟିଥିବା ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ଭରତବାହାଲ ଗାଁର ପୁରନ୍ଦର ନାଏକ (୨୫ବର୍ଷ) ଠେଲକୋଛାପର ଗାଁର ବଳରାମ ଠାକୁରଙ୍କ ଝିଅ ଅମ୍ବିକା ନାଏକ (୨୨ବର୍ଷ)ଙ୍କୁ ୫ ବର୍ଷ ତଳେ ବିବାହ କରିଥିଲେ । ସେମାନଙ୍କ କୌଣସି ସନ୍ତାନ ସନ୍ତତି ନ ଥିଲେ । ଉଭୟଙ୍କ ମଧ୍ୟରେ ଭଲ ସଂପର୍କ ରହିଥିଲା । ଶନିବାର ରାତିରେ ପୁରନ୍ଦର ମାତାଲ ଅବସ୍ଥାରେ ଘରକୁ ଆସିଥିଲା । ଘରେ ପୋଷିଥିବା ଧଳା ଠେକୁଆକୁ ମାରି ଖାଇବା ପାଇଁ ଜିଦ କରିଥିଲା । ହେଲେ ଅମ୍ବିକା ବିରୋଧ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଉତ୍ତ୍ୟକ୍ତ ହୋଇ ପୁରନ୍ଦର ପ୍ରଥମେ ଠେକୁଆକୁ ହତ୍ୟା କରିବା ପରେ ଅମ୍ବିକାଙ୍କୁ ହତ୍ୟା କରିଥିଲା ।