ତ୍ବଚାକୁ ସଂକ୍ରମଣରୁ ଦୂରେଇ ରଖେ ବନ୍ଧାକୋବି, କିପରି ହେବ ଜାଣନ୍ତୁ
ତ୍ବଚାକୁ ସଂକ୍ରମଣରୁ ଦୂରେଇ ରଖେ ବନ୍ଧାକୋବି, କିପରି ହେବ ଜାଣନ୍ତୁ
ସାଧାରଣତଃ ସେ ପୁଅ ହୁଅନ୍ତୁ ଅବା ଝିଅ ନିଜ ମୁହଁକୁ ସୁନ୍ଦର କରିବା ପାଇଁ ସମସ୍ତେ ଚାହାନ୍ତି । ଏଥିପାଇଁ ବହୁ ଟଙ୍କା ମଧ୍ୟ ଖର୍ଚ୍ଚ କରି ଥାଆନ୍ତି । ଏମିତି କି ବେଳେ ବେଳେ ବିଭିନ୍ନ ପ୍ରକାର କ୍ରିମ ବ୍ୟବହାର ଦ୍ବାରା ଚର୍ମରେ ସଂକ୍ରମଣ ହୋଇ ଚେହେରା ଆହୁରି ଅଧିକ ଖରାପ ହୋଇଯାଇଥାଏ । ଏପରି ପରିସ୍ଥିତିରେ ଘରୋଇ ଉପଚାର କରିବା ବହୁତ ଲାଭଦାୟକ ହୋଇଥାଏ । ଏହାଦ୍ବାରା କୌଣସି ପାର୍ଶ୍ବ ପ୍ରତିକ୍ରିୟାର ଭୟ ବି ନଥାଏ ।
ତେବେ ବହୁତ କମ ଲୋକ ଜାଣିଛନ୍ତି କି ବନ୍ଧାକୋବି ରୋଷେଇ ବ୍ୟତୀତ ତ୍ବଚା ପାଇଁ ବି ବ୍ୟବହାର କରାଯାଇଥାଏ । ଏହା ତ୍ୱଚା କୁଞ୍ଚନ ଦୂର କରିବା ସହ ଚେହେରାର ଚମକ ବଢ଼ଇବାରେ ସହାୟକ ହୋଇଥାଏ ।
ଆସନ୍ତୁ ଜାଣିବା ତ୍ବଚାର ଔଜ୍ଜ୍ବଲ୍ୟ ବୃଦ୍ଧିରେ ବନ୍ଧାକୋବିକୁ କିପରି ବ୍ୟବହାର କରିବ। ପ୍ରଥମେ ମୁହଁକୁ ଭଲଭାବେ ଧୋଇ ଦେବା । ଏହାପରେ ୪ ବଡ ଚାମଚ ବନ୍ଧାକୋବି, ଗୋଟିଏ ଅଣ୍ଡାର ଧଳା ଅଂଶ, ୧ ଚାମଚ ମହୁ, ୨ ଚାମଚ ଚାଉଳ ପାଉଡର, ୪ରୁ ୫ ବୁନ୍ଦା ଲେମ୍ବୁ ରସ ସବୁକୁ ମିଶାଇ ଏକ ପେଷ୍ଟ ତିଆରି କରିବ ।
ଏହାକୁ ଚେହେରା ଲଗାଇ୨୦ମିନିଟ ରଖିବା ପରେ ଧୋଇ ଦେବା । ଏହି ପ୍ୟାକକୁ ବ୍ୟବହାର କରିବା ଦ୍ୱାରା ତ୍ୱଚାର ଚମକ ବଢ଼ିବା ସହ ତ୍ୱଚା କୁଞ୍ଚନ ଦୂର ହୋଇଥାଏ ।
ବନ୍ଧାକୋବି ଅନେକ ଭିଟାମିନ, ପୋଟାସିଅମ, ସଲଫର ରହିଛି, ଯାହା ଶରୀର ପାଇଁ ହିତକର ହେବା ସହ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ଏଥିସହିତ ବନ୍ଧାକୋବି ତ୍ବଚାକୁ ସଂକ୍ରମଣରୁ ଦୂରେଇ ରଖେ ।