ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ

ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ

ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ

ଭୁବନେଶ୍ୱର : ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ଆନ୍ଧ୍ରପ୍ରଦେଶ ଓ ଉପକୂଳ ଓଡ଼ିଶାରେ ରବିବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏଥିସହ ରାଜସ୍ଥାନରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରଫ-ଲାଇନ ସୃଷ୍ଟି ହୋଇଥିବାରୁ ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଲାଗି ରହିବ । 

ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ ନିଦେ୍ର୍ଧଶକ ଏଚ୍.ଆର ବିଶ୍ୱାସ କହିଛନ୍ତି ଯେ ଏବେ ଓଡ଼ିଶାରେ ମୌସୁମୀ ଦୁର୍ବଳ ରହିଛି । ଯେଉଁଥିପାଇଁ ଅଧା ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହୋଇଛି । ଚଳିତ ବର୍ଷ ଜୁନ ପହିଲାରୁ ଜୁଲାଇ ୧୦ ମଧ୍ୟରେ ୨୫୩.୯ ମିମି ହୋଇଛି । ଏହି ସମୟ ମଧ୍ୟରେ ସ୍ୱାଭାବିକ ଭାବେ ୩୧୬.୩ ମିମି ବର୍ଷା ହେବା କଥା । କିନ୍ତୁ ଏବେ ସୁଦ୍ଧା ପ୍ରାୟ ୨୦% କମ ବର୍ଷା ରେକର୍ଡ କରାଯାଇଛି । ୧୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଭଦ୍ରକ, ଯାଜପୁର, ଗଜପତି ଜିଲ୍ଲାରେ ସବୁଠାରୁ ଅଧିକ ନିଅଣ୍ଟିଆ ରହିଛି । ବାକି ୧୬ଟି ଜିଲ୍ଲାରେ ସ୍ୱାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ହୋଇଛି । ରବିବାର ଓଡ଼ିଶା ଉପକୂଳରେ ଏକ ଲଘୁଚାପବଳୟ ସୃଷ୍ଟି ହେବାକୁ ଥିବାରୁ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଦୁଇରୁ ତିନୋଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୧୧ ଓ ୧୩ତାରିଖରେ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ରାୟଗଡ଼ା, ନୂଆପଡ଼ା, ନବରଙ୍ଗପୁର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୪ତାରିଖରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ବାକି ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ । ଗତ ୨୪ଘଣ୍ଟା ମଧ୍ୟରେ କଟକ ଜିଲ୍ଲାର ନରାଜଠାରେ ୯୦.୮ ମିମି ବର୍ଷା ରେକର୍ଡ ହୋଇଥିବା ଶ୍ରୀ ବିଶ୍ୱାସ ସୂଚନା ଦେଇଛନ୍ତି ।