ଦିନେ ହସଉଥିଲେ ଏବେ କାନ୍ଦୁଛନ୍ତି ମଣିଭଦ୍ର ।

ଦିନେ ହସଉଥିଲେ ଏବେ କାନ୍ଦୁଛନ୍ତି ମଣିଭଦ୍ର ।

ଦିନେ ହସଉଥିଲେ ଏବେ କାନ୍ଦୁଛନ୍ତି ମଣିଭଦ୍ର ।
ବାହାନଗା: ଦିନେ ତାଙ୍କ ପାଇଁ ଯାତ୍ରା ପେଣ୍ଡାଲ ହସରେ ଉଛୁଳୁଥିଲା । ଯାତ୍ରା ଜଗତରେ ନିଜର ନିଆରା ହାସ୍ୟ ସଂଳାପ ଓ ଅଭିନୟ ଚାତୁର୍ଯ୍ୟ ପାଇଁ ଏକଦା ନମ୍ବର ୱାନ କମେଡିଆନର ଖ୍ୟାତି ଅର୍ଜନ କରିଥିଲେ ସେ । ମଣିଭଦ୍ର ବିଶ୍ୱାଳ ଓରଫ ରସରାଜ ମଣି ଭାବେ ପରିଚିତ ଏହି ଖ୍ୟାତନାମା କଳାକାରଙ୍କ ଦୁଃଖ ଏବେ କହିଲେ ନ ସରେ । ବଳବୟସ ହଟିବା ପରେ ପାରିବାରିକ ନିର୍ଯାତନାର ଶିକାର ହୋଇଛନ୍ତି ମଣିଭଦ୍ର । ଶାନ୍ତିରେ ବଞ୍ଚିବା ସହିତ ନ୍ୟାୟ ପାଇଁ ଖନ୍ତାପଡ଼ା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ମୁତାବକ ମଣିଭଦ୍ର ଯାତ୍ରା ଜଗତରୁ ଅବ୍ୟାହତି ନେଇ ଦୀର୍ଘ ୪ ବର୍ଷ ହେଲା ନିଜ ଗାଁ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଓଳିଆପାଟଣାରେ ରହୁଛନ୍ତି । ଏବେ ପରିଣତ ବୟସରେ ପରିବାର ପାଇଁ ସେ ଅଲୋଡ଼ା । ମଣିଭଦ୍ରଙ୍କ ଅଭିଯୋଗ ଅନୁସାରେ ବଡ଼ ପୁଅ ହୃଦାନନ୍ଦ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି । ଏପରିକି ତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପଲଙ୍କ, ଟିଭି ବହିପତ୍ର, ଲୁଗା ଟ୍ରଙ୍କ ଏବଂ ରଖିବା ପାଇଁ ଦେଇଥିବା ସୁନାବୋତାମ ମାଗିବାରୁ ବଡ଼ ପୁଅ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି । ଜୀବନ ବଞ୍ଚାଇବା ପାଇଁ ମଣିଭଦ୍ର ବର୍ତ୍ତମାନ ଅନ୍ୟତ୍ର ରହିବା ସହ ସୁରକ୍ଷା ଲୋଡ଼ିଛନ୍ତି । ଏ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ମଣିଭଦ୍ର ଖନ୍ତାପଡ଼ା ଥାନା ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ମଣିଭଦ୍ରଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।