ଗଞ୍ଜାମରେ ପାଳନ ହେବନି ରଜ ।

ଗଞ୍ଜାମରେ ପାଳନ ହେବନି ରଜ ।

ଗଞ୍ଜାମରେ ପାଳନ ହେବନି ରଜ ।
ଗଞ୍ଜାମ ଜିଲ୍ଲାରେ ପାଳନ ହେବନି ରଜ ପର୍ବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏନେଇ ଆସନ୍ତା ଜୁନ ୧୬ ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି । ଜିଲ୍ଲାରେ ଦୋଳି ଖେଳିବା ଓ ମେଳା ମହୋତ୍ସବ କରିବା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ପ୍ରକାଶ ଯେ, “ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ, ଆସିଛି ରଜଲୋ ଘେନି ନୂଆ ସଜବାଜ” । ଓଡ଼ିଶାରେ ୧୨ମାସରେ ୧୩ ପର୍ବ ପାଳିତ ହୁଏ । ଓଡ଼ିଶାର ସମସ୍ତ ପର୍ବ ପ୍ରତି ଓଡ଼ିଆ ପରିବାରରେ ଆଗ୍ରହ ରହିଥାଏ । ହେଲେ ରଜପର୍ବ ପ୍ରତ୍ୟେକ ଓଡ଼ିଆଙ୍କ ଆନ୍ତରିକ ଓ ଅନୁରାଗର ପର୍ବ । ତେବେ ଏହି ରଜପର୍ବ ଜୈ୍ୟଷ୍ଠ ମାସ ଶେଷ ଦିନଠାରୁ ଆରମ୍ଭ ହୋଇ ଆଷାଢ ମାସର ଦ୍ୱିତୀୟ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଲଗାତାର ତିନି ଦିନ ଧରି ଓଡ଼ିଶାରେ ରଜ ପର୍ବ ପାଳନ କରାଯାଏ । ଆଷାଢ ମାସରେ ପଡୁଥିବା ସଂକ୍ରାନ୍ତିକୁ ରଜ ସଂକ୍ରାନ୍ତି ମଧ୍ୟ କୁହାଯାଏ । ଏହି ରଜର ପ୍ରଥମ ଦିନକୁ ‘ପହିଲି ରଜ’, ୨ୟ ଦିନକୁ ‘ଭୂମି ଦହନ’ ଓ ଶେଷ ଦିନକୁ ‘ବସୁମତି ଗାଧୁଆ’ ବା ‘ବସୁମତି ସ୍ନାନ’ ବୋଲି କୁହାଯାଏ । ତେବେ ଏହି ରଜ ଆରମ୍ଭର ପୂର୍ବ ଦିନକୁ ‘ରଜ ସଜବାଜ’ ବୋଲି କୁହାଯାଏ । ରଜ ସଜବାଜରେ କୁମାରୀମାନେ ନିଜକୁ ରଜ ପାଇଁ ସଜବାଜ ହୁଅନ୍ତି । ମା’ ମାନେ ରଜ ପାଇଁ ବିଭିନ୍ନ ପିଠା ପଣା ପ୍ରସ୍ତୁତି କରିଥାନ୍ତି । ହାତରେ ମେହେନ୍ଦି, ପାଦରେ ଅଳତା ଲଗାଇ କୁମାରୀମାନେ ସଜେଇ ହୋଇଥାନ୍ତି ।