ଶିକ୍ଷକଙ୍କୁ ହାଣିଲେ ଦୁର୍ବୃତ୍ତ

ଶିକ୍ଷକଙ୍କୁ ହାଣିଲେ ଦୁର୍ବୃତ୍ତ

ଶିକ୍ଷକଙ୍କୁ ହାଣିଲେ ଦୁର୍ବୃତ୍ତ
ବାଲେଶ୍ୱର: ସ୍କୁଲ ନିକଟରେ ଜଣେ ଶିକ୍ଷକଙ୍କୁ ମୁଖାପିନ୍ଧା ଦୁର୍ବୃତ୍ତ ହାଣିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ସମ୍ପୃକ୍ତ ଦୁର୍ବୃତ୍ତ ଜଣକ ଶିକ୍ଷକଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଭୁଜାଲି ଚୋଟ ମାରିଥିଲା । ତେବେ ମୁଣ୍ଡରେ ହେଲାମେଟ ଥିବାରୁ ହାତରେ ଭୁଜାଲି ଚୋଟ ବସିଥିବା ଜଣାଯାଇଛି । ଏଥିରେ ଗୁରୁତର ଆହତ ଶିକ୍ଷକ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରେମୁଣା ଥାନା ଖୋସାଲିଗଞ୍ଜ ସ୍କୁଲ ନିକଟରେ ଏହି ଅଘଟଣ ଘଟିଛି । ସମ୍ପୃକ୍ତ ଶିକ୍ଷକଙ୍କ ଘର ସୁନହଟ ଅଞ୍ଚଳରେ ହୋଇଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସନେ୍ଦହ କରାଯାଉଛି । ତେବେ ଆକ୍ରମଣ ପରେ ଦୁର୍ବୃତ୍ତ ଜଣକ ଫେରାର ହୋଇଯାଇଥିବାବେଳେ ରେମୁଣା ପୁଲିସ ତାକୁ ଧରିବା ପାଇଁ ତନାଘନା ଚଳାଇଛି ।