ନଭେମ୍ବର ୧୩ ଯାଏଁ ଜେଲରେ ରହିବେ ଚିଦାମ୍ବରମ୍

ନଭେମ୍ବର ୧୩ ଯାଏଁ ଜେଲରେ ରହିବେ ଚିଦାମ୍ବରମ୍

ନଭେମ୍ବର ୧୩ ଯାଏଁ ଜେଲରେ ରହିବେ ଚିଦାମ୍ବରମ୍
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଲାଗିଛି ପୁଣି ଝଟକା । ଦିଲ୍ଲୀର ଏକ କୋର୍ଟ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତରେ ଆଜି ତିଆର ଜେଲ ପଠାଇ ଦେଇଛନ୍ତି । ଆସନ୍ତା ନଭେମ୍ବର ୧୩ ପର୍ଯ୍ୟନ୍ତ ସେ ଜେଲରେ ରହିବେ । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସେ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ (ଇଡି) ହେପାଜତରେ ଥିଲେ । ବୁଧବାର ତାଙ୍କର ଇଡି ହେପାଜତ ଅବଧି ଶେଷ ହୋଇଥିଲା । ତେଣୁ ତାଙ୍କର ହେପାଜତ ଅବଧି ଆଉ ଗୋଟିଏ ଦିନ ବଢ଼ାଇବା ପାଇଁ ଇଡି ଦ୍ୱାରା କୋର୍ଟରେ ପିଟିସନ ଦାୟର କରାଯାଇଥିଲା । କିନ୍ତୁ କୋର୍ଟ ଇଡିର ଏହି ପିଟିସନକୁ ଖାରଜ କରିଦେବା ସହ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ଚିଦାମ୍ବରମଙ୍କୁ ତିହାର ଜେଲରେ ଏକ ସ୍ୱତନ୍ତ୍ର ସେଲରେ ରଖାଯିବ । ଏହା ବ୍ୟତୀତ ତାଙ୍କୁ ଘର ଖାଦ୍ୟ ଏବଂ ପାଶ୍ଚାତ୍ୟ ଟଏଲଟର ସୁବିଧା ପ୍ରଦାନ କରିବାକୁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଅନ୍ୟ ପକ୍ଷରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଚିଦାମ୍ବରମ ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି । ଗୁରୁବାର ଏହାର ଶୁଣାଣି ହେବ ।