ନିର୍ବାଚନ ପରିଚାଳନାକୁ ନେଇ ସର୍ବଦଳୀୟ ବୈଠକ
ନିର୍ବାଚନ ପରିଚାଳନାକୁ ନେଇ ସର୍ବଦଳୀୟ ବୈଠକ
admin
Mar 12, 2019 - 06:55
Updated: Mar 12, 2019 - 06:55
ଭୁବନେଶ୍ୱର: ନିର୍ବାଚନ ପରିଚାଳନା ନେଇ ସର୍ବ ଦଳୀୟ ବୈଠକ ଆରମ୍ଭ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବୈଠକ ହେଉଛି । ବୈଠକରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ସାମିଲ ହୋଇଛନ୍ତି । ବିଜେଡିରୁ୨ ଜଣ, ବିଜେପିରୁ ୨ଜଣ ଓ କଂଗ୍ରେସରୁ ଜଣେ ବୈଠକରେ ଉପସ୍ଥିତ ରହିଛନ୍ତି । ଏଥିରେ ଆଦର୍ଶ ଆଚରଣ ବିଧି ଆଲୋଚନା ଚାଲିଥିବା ଜଣାପଡିଛି । ରାଜନୈତିକ ଦଳକୁ ନୂଆ ନିୟମ ବିଷୟରେ ଅବଗତ କଲେ ସିଇଓ । । ପ୍ରାର୍ଥୀ ଓ ଦଳ କଣ କରିବେ ନକରିବେ ସେ ବିଷୟରେ ସିଇଓ ଅବଗତ କରିବେ । ଚଳିତ ନିର୍ବାଚନ ଅବଗତ ପାଇଁ ଅନେକ ନୂଆ ନିୟମ ଆସିଛ, ଗୋଟେଏ ବର୍ଷ ପରିବର୍ତେ ପ୍ରାର୍ଥୀଙ୍କୁ ୫ବର୍ଷର ଆୟକର ରିଟର୍ଣ୍ଣ ଦେବାକୁ ପଡିବ ବୋଲି କୁହାଯାଇଛି । ପ୍ରାର୍ଥୀଙ୍କୁ ପ୍ୟାନ୍ ନମ୍ବର ଦେବାକୁ ବାଧ୍ୟତା ମୂଳକ କରାଯାଇଛି । ପ୍ୟାନ୍ ନଥିଲେ ପ୍ୟାନ୍ କାର୍ଡ ଆବେଦନ କରିବା ପାଇଁ ସତ୍ୟପାଠ ଦେବାକୁ ହେବ । ପ୍ରାର୍ଥୀ ନିଜର ଅପରାଧ ରେକର୍ଡ ସର୍ବସାଧାରଣକୁ ଜଣାଇବେ । ଅନ୍ତତଃ ୩ଥର ଖବରକାଗଜ ଟିଭିରେ ବିଜ୍ଞାପନ ଦେବାକୁ ପଡିବ ବୋଲି କୁହାଯାଇଛି । ଏଥର ଇଭିଏମରେ ପ୍ରାର୍ଥୀଙ୍କ ଫଟୋ ଆସିବ । ପ୍ରାର୍ଥୀ ନିଜର ସତ୍ୟପାଠରେ ଯାହା ଉଲ୍ଲେଖ କରିବେ ତାହା ମଧ୍ୟ ସୋସିଆଲ ମିଡିଆରେ ଦେବେ ।