ପକ୍ଷୀଗଣନା ଶେଷ, ମୋଟ ୧୧୫ ପ୍ରଜାତିର ୧ ଲକ୍ଷ ୧୮ ହଜାର ୩୨୬ ବିଦେଶୀ ପକ୍ଷୀ, ୫ ବର୍ଷ ପରେ ନୂତନ ପକ୍ଷୀଙ୍କ ଆଗମନ

ପକ୍ଷୀଗଣନା ଶେଷ, ମୋଟ ୧୧୫ ପ୍ରଜାତିର ୧ ଲକ୍ଷ ୧୮ ହଜାର ୩୨୬ ବିଦେଶୀ ପକ୍ଷୀ, ୫ ବର୍ଷ ପରେ ନୂତନ ପକ୍ଷୀଙ୍କ ଆଗମନ

ପକ୍ଷୀଗଣନା ଶେଷ, ମୋଟ ୧୧୫ ପ୍ରଜାତିର ୧ ଲକ୍ଷ ୧୮ ହଜାର ୩୨୬ ବିଦେଶୀ ପକ୍ଷୀ, ୫ ବର୍ଷ ପରେ ନୂତନ ପକ୍ଷୀଙ୍କ ଆଗମନ
ରାଜନଗର - ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ ୬ ତାରିଖରେ ବନ ବିଭାଗ ପକ୍ଷରୁ ହୋଇଥିବା ଗଣନାରୁ ଜଣାପଡ଼ିଛି । ଗତ ବର୍ଷ ଭିତରକନିକାରେ ୧ ଲକ୍ଷ ୯ ହଜାର ୦୫୯ ବିଦେଶୀ ପକ୍ଷୀ ଭିଡ ଜମାଇଥିବା ବେଳେ ଚଳିତ ବର୍ଷ ୧ ଲକ୍ଷ ୧୮ ହଜାର ୩୨୬ ପକ୍ଷୀ ଆସିଛନ୍ତି । ଅର୍ଥାତ ଗତ ବର୍ଷଠାରୁ ଚଳିତ ବର୍ଷ ଭିତରକନିକାକୁ ୯୨୬୭ ପକ୍ଷୀ ଅଧିକ ଆସିଥିବା ଜଣାପଡ଼ିଛି । ଗତ ବର୍ଷ ଭିତର କନିକାକୁ ୭୪ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ୧୧୫ ପ୍ରଜାତିର ପକ୍ଷୀ ଆସିଛନ୍ତି । ଚଳିତ ବର୍ଷ ଭିତରକନିକାରେ କମନପୋଚାର୍ଡ ପକ୍ଷୀ ଦେଖିବାକୁ ମିଳିଛି । ଗତ ୫ ବର୍ଷ ଧରି ଏହି ପକ୍ଷୀଙ୍କୁ ଦେଖିବାକୁ ମିଳୁନଥିଲା । ଚଳିତ ବର୍ଷ ଏହି ଜାତୀୟ ୧୧ଟି ପକ୍ଷୀଙ୍କୁ ଗଣନା ବେଳେ ଚିହ୍ନଟ କରାଯାଇଛି ବୋଲି ରାଜନଗର ଡିଏଫଓ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।