ପିଆଜ ରପ୍ତାନୀ ଉପରେ ରୋକ

ପିଆଜ ରପ୍ତାନୀ ଉପରେ ରୋକ

ପିଆଜ ରପ୍ତାନୀ ଉପରେ ରୋକ
ଭୁବନେଶ୍ୱର: ପିଆଜ ବିନା ହାଣ୍ଡିଶାଳ କଥା ଚିନ୍ତା କରାଯାଇପାରେନା । ପିଆଜ କାଟିଲେ ଲୁହ ବାହାରିବା ଥୟ । ହେଲେ ଏବେ ପିଆଜ କିଣିଲେ ଆଖିରୁ ଲୁହ ବାହାରୁଛି । ପିଆଜ କିଲୋ ଏବେ ୫୫ ଛୁଇଁଲାଣି । ଆଜିଠୁ ଯଦି ଏତେ ଆଗକୁ କେତେ ? ସେଇ ଚିନ୍ତାରେ ଘାରି ହେଉଛନ୍ତି ଖାଉଟି । ଖାଲି ଖାଉଟି ନୁହେଁ ସରକାରଙ୍କ ଚିନ୍ତା ବି ପିଆଜ ବଢ଼ାଇ ଦେଇଛି । ଅତୀତରେ ପିଆଜ ପାଇଁ ସରକାର କିଭଳି ହରଡ଼ଘଣାରେ ପଡ଼ିଛନ୍ତି ତାହା ସମସ୍ତେ ଜାଣନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ପିଆଜ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର । ପିଆଜର ଦର ବୃଦ୍ଧି ରୋକିବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ପରବର୍ତ୍ତୀ ନିଦେ୍ର୍ଧଶ ପର୍ଯ୍ୟନ୍ତ ରପ୍ତାନୀ ବନ୍ଦ କରିବାକୁ କେନ୍ଦ୍ର ସରକାର ନିଦେ୍ର୍ଧଶ ଦେଇଛନ୍ତି । ଏହାଛଡ଼ା ପିଆଜ ରପ୍ତାନୀ ନେଇ ଥିବା ଆଇନକୁ ମଧ୍ୟ ସଂଶୋଧନ କରାଯାଇଛି ।