ପୁଲିସ ଗାଡ଼ି ଧରି ଅଭିଯୁକ୍ତ ଚମ୍ପଟ

ପୁଲିସ ଗାଡ଼ି ଧରି ଅଭିଯୁକ୍ତ ଚମ୍ପଟ

ପୁଲିସ ଗାଡ଼ି ଧରି ଅଭିଯୁକ୍ତ ଚମ୍ପଟ
ଉଦଳା: ନିକଟସ୍ଥ ଜଙ୍ଗଲରୁ ପୁଲିସ ବାଇକ ମିଳିବା ରହସ୍ୟର ପର୍ଦ୍ଧାଫାସ ହୋଇଛି । ମିଳିଥିବା ବାଇକଟି ପୁଲିସ ପାଟ୍ରୋଲିଂ ଗାଡ଼ି ବୋଲି ସ୍ପଷ୍ଟ ହୋଇଛି । ପୁଲିସ ଗାଡ଼ି ଧରି ଜଣେ ଅଭିଯୁକ୍ତ ଗତକାଲି ରାତିରେ ଚମ୍ପଟ ମାରିଥିଲା । ପ୍ରକାଶ ଯେ, ଗତକାଲି ରାତିରେ ଶୁଳିଆପଦ ନିକଟରେ ଏକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟାଇଥିବା ଲୋକକୁ ପୁଲିସ ପାଟ୍ରୋଲିଂ ଟିମ ଧରିଥିଲା । ବାଇକ ପାଟ୍ରୋଲିଂ କରୁଥିବା ଜଣେ ଏଏସଆଇ ଓ ହାବିଲଦାର ତାକୁ ଧରିଥିଲେ । ଅଭିଯୁକ୍ତକୁ ଧରି ସେମାନେ ମେଡିକାଲ ଟେଷ୍ଟ ପାଇଁ ହସ୍ପିଟାଲ ଆଣିଥିଲେ । ତେବେ କୋଷ୍ଟା ମେଡିକାଲରୁ ଚତୁରତାର ସହ ଅଭିଯୁକ୍ତ ଜଣକ ଖସିପଳାଇଥିଲା । ପୁଲିସ ପାଟ୍ରୋଲିଂ ବାଇକ ଧରି ଅଭୁଯୁକ୍ତ ଜଣକ ଚମ୍ପଟ ମାରିଥିଲା । ପରେ ଅଭିଯୁକ୍ତ ଜଣକ ଉଦଳା କଲେଜ ପାଖ ଜଙ୍ଗଲରେ ବାଇକ ଛାଡ଼ି ପଳାଇଥିଲା । ଏନେଇ ପାଟ୍ରୋଲିଂରେ ଥିବା ଉଭୟ ଏଏସଆଇ ସତ୍ୟନାରାୟଣ ବାରିକ ଓ ହାବିଲଦାର ଦୀପ୍ତେଂଶୁ ଦାସଙ୍କୁ ସସପେଣ୍ଡ କରାଯାଇଛି ।