ପ୍ରଧାନମନ୍ତ୍ରୀଙ୍କୁ ସୋନିଆଙ୍କ ୫ଟି ପରାମର୍ଶ
ପ୍ରଧାନମନ୍ତ୍ରୀଙ୍କୁ ସୋନିଆଙ୍କ ୫ଟି ପରାମର୍ଶ
admin
Apr 9, 2020 - 06:03
Updated: Apr 9, 2020 - 06:03
କରୋନା ମୁକାବିଲା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ପୂର୍ବ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ବିଭିନ୍ନ ଦଳର ନେତୃବୃନ୍ଦମାନଙ୍କ ସହ ଫୋନରେ କଥା ହୋଇଥିଲେ । ଏ ନେଇ ସେ ପ୍ରମୁଖ ନେତୃବୃନ୍ଦଙ୍କଠାରୁ ପରାମର୍ଶ ମାଗିଥିଲେ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ସେ କରୋନା ମୁକାବିଲା ପାଇଁ ସରକାର ଏବେ ଖର୍ଚ୍ଚକାଟ ପଦକ୍ଷେପ ଗ୍ରହଣ କରିବା ପାଇଁ ସେ କହିଛନ୍ତି । ସୋନିଆ ମୋଦିଙ୍କୁ ଦେଇଥିବା ୫ଟି ପରାମର୍ଶ ମଧ୍ୟରୁ ଗୋଟିଏ ପରାମର୍ଶ ହେଉଛି ସରକାର ୨ ବର୍ଷ ପର୍ଯ୍ୟନ୍ତ ସମସ୍ତ ଗଣମାଧ୍ୟମ ଟିଭି, ପ୍ରିଣ୍ଟ ଏବଂ ଅନଲାଇନ ମିଡିଆକୁ ସରକାରୀ ବିଜ୍ଞାପନ ଦେବା ବନ୍ଦ କରନ୍ତୁ । କରୋନା ମୁକାବିଲା ପାଇଁ ସରକାର ଏବେ ଖର୍ଚ୍ଚକାଟ ପଦକ୍ଷେପ ଗ୍ରହଣ କରନ୍ତୁ । ୨୦,୦୦୦ କୋଟିର କେନ୍ଦ୍ରୀୟ ରାସ୍ତା ସୌନ୍ଦର୍ଯ୍ୟକରଣ ଯୋଜନା ଏବଂ ବିଭିନ୍ନ ନିର୍ମାଣ ପ୍ରକଳ୍ପ ଗୁଡ଼ିକ ବନ୍ଦ କରିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି । ଏହି ଟଙ୍କାକୁ ନୂଆ ହସ୍ପିଟାଲ ଏବଂ ଡାଇଗ୍ନୋଷ୍ଟିକ ସେଣ୍ଟର ନିର୍ମାଣ ପାଇଁ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି । ସେହିପରି ସାଂସଦଙ୍କର ଯେଉଁ ୩୦ ପ୍ରତିଶତ ଦରମା କାଟ କରାଯିବ ତାହା ପ୍ରବାସୀ ଶ୍ରମିକ ଏବଂ ଅନ୍ୟ ଅସହାୟଙ୍କ ପାଇଁ ବ୍ୟବହାର କରିବାକୁ ସେ କହିଛନ୍ତି । ସମସ୍ତ ବିଦେଶଗସ୍ତକୁ ବନ୍ଦ କରାଯିବା ଉଚିତ ବୋଲି ସୋନିଆ କହିଛନ୍ତି । ଗତ ୫ ବର୍ଷରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କ୍ୟାବିନେଟ ଟ୍ରିପ ପାଇଁ ୩୯୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବିଦେଶ ଗସ୍ତ ବାବଦ ଅର୍ଥକୁ କରୋନା ମୁକାବିଲା ଦିଗରେ ବ୍ୟବହାର କରିହେବ ବୋଲି ସେ କହିଛନ୍ତି । ପିଏମ କେୟାର ଫଣ୍ଡକୁ ଆସୁଥିବା ପାଣ୍ଠିକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିକୁ ପଠାଇବା ପାଇଁ ସେ କହିଛନ୍ତି । ଏହା ଦ୍ୱାରା ସ୍ୱଚ୍ଛତା ବଜାୟ ରହିବ । ସେହିପରି ୨ଟି ପାଣ୍ଠି ହେବା ଦ୍ୱାରା ଶ୍ରମ ଏବଂ ସମ୍ବଳ ନଷ୍ଟ ହେଉଛି ବୋଲି ସେ କହିଛନ୍ତି ।