ପ୍ରେମରେ ଧୋକ୍କା ଖାଇ ଆତ୍ମହତ୍ୟା କଲେ ନାବାଳିକା

ପ୍ରେମରେ ଧୋକ୍କା ଖାଇ ଆତ୍ମହତ୍ୟା କଲେ ନାବାଳିକା

ପ୍ରେମରେ ଧୋକ୍କା ଖାଇ ଆତ୍ମହତ୍ୟା କଲେ ନାବାଳିକା
ନୂଆଦିଲ୍ଲୀ: ଜଣେ ନାବାଳିକା ପ୍ରେମରେ ଧୋକ୍କା ଖାଇବା ପରେ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି । ସୁଇସାଇଟ୍‌ ନୋଟ୍ ମିଳିବା ପରେ ପୋଲିସ୍‌ ଏହି ମାମଲାର ଯାଞ୍ଚ କରୁଛି । ଫରିଦାବାଦର ବଲ୍ଲଭଗଡ ଅଞ୍ଚଳରେ ଜଣେ ନାବାଳିକା ନିଜ ବାପାମା’ଙ୍କ ସହିତ ରହୁଥିଲେ । ପଡୋଶୀରେ ରହୁଥିବା ଜଣେ ନାବାଳକକୁ ନାବାଳିକା ଜଣକ ପ୍ରେମ କରୁଥିବାବେଳେ ନାବାଳକ ଜଣକ ଅନ୍ୟ ଜଣଙ୍କୁ ପ୍ରେମ କରୁଥିଲେ । ଏହା ସମ୍ପର୍କରେ ଜାଣିବା ପରେ ନାବାଳିକା ନାରାଜ ହୋଇ ଆତ୍ମହତ୍ୟା କରିଥିବାର ସୂଚନା ରହିଛି । ନାବାଳିକାଙ୍କ ପିତାଙ୍କ କହିବାନୁସାରେ ସୁଇସାଇଡ୍‌ ନୋଟ୍‌ରୁ ନାବାଳିକା ଜଣକ ଏଥିପାଇଁ ଈଶ୍ବରଙ୍କୁ ଦାୟୀ କରିଛି । ଏହି ଘଟଣାରେ ପୋଲିସ୍‌ ମାମଲା ଦାଏର କରି ଯାଞ୍ଚ ଆରମ୍ଭ କରିଛି ।