ନିତି ଆୟୋଗର ସ୍ୱାସ୍ଥ୍ୟ ସୂଚୀ : ଗୋଟିଏ ପାହାଚ ତଳକୁ ଖସିଲା ଓଡ଼ିଶା

ନିତି ଆୟୋଗର ସ୍ୱାସ୍ଥ୍ୟ ସୂଚୀ : ଗୋଟିଏ ପାହାଚ ତଳକୁ ଖସିଲା ଓଡ଼ିଶା

ନିତି ଆୟୋଗର ସ୍ୱାସ୍ଥ୍ୟ ସୂଚୀ : ଗୋଟିଏ ପାହାଚ ତଳକୁ ଖସିଲା ଓଡ଼ିଶା
ନୂଆଦିଲ୍ଲୀ : ନିତି ଆୟୋଗ ପକ୍ଷରୁ ଆଜି ଦ୍ୱିତୀୟ ସ୍ୱାସ୍ଥ୍ୟ ସୂଚୀ ଜାରି କରାଯାଇଛି । କେରଳ ଏକ ନମ୍ବର ସ୍ଥାନରେ ଥିବା ବେଳେ ଏହା ପଛକୁ ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର ରହିଛନ୍ତି । ସବୁଠୁ ଖରାପ ପ୍ରଦର୍ଶନ କରିଥିବା ରାଜ୍ୟ ହେଉଛି ଉତ୍ତର ପ୍ରଦେଶ ଓ ବିହାର । ଓଡ଼ିଶାର ପ୍ରଦର୍ଶନ ମଧ୍ୟ ଏହି ସୂଚୀରେ ଖରାପ ରହିଛି । ଏହା ୧୯ତମ ସ୍ଥାନକୁ ଖସିଯାଇଛି । ପ୍ରଥମ ସ୍ୱାସ୍ଥ୍ୟ ସୂଚୀରେ ଓଡ଼ିଶା ୧୮ ତମ ସ୍ଥାନରେରହିଥିଲା । ବଡ, ଛୋଟ, କେନ୍ଦ୍ର ଶାସିତ ଅଞ୍ଚଳ ଭଳି ତିନିଟି ବର୍ଗରେ ଯଥାକ୍ରମେ ଗୁଜରାଟ, ପଞ୍ଜାବ ଓ ହିମାଚଳ ପ୍ରଦେଶ ରହିଛି । ଏହି ସୂଚୀ ପାଇଁ ୨୩ଟି ମାନଦଣ୍ଡ ବିଚାରକୁ ନିଆଯାଇଥିଲା । ଛୋଟ ରାଜ୍ୟ ଭିତରେ ମିଜୋରାମ ସବୁଠୁ ଭଲ ପ୍ରଦର୍ଶନ କରିଥିବା ବେଳେ କେନ୍ଦ୍ର ଶାସିତ ଅଞ୍ଚଳ ଭିତରେ ଚଣ୍ଡିଗଡ ଶୀର୍ଷ ସ୍ଥାନରେ ରହିଛି । ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏହି ସ୍ୱାସ୍ଥ୍ୟ ସୂଚୀ ରିପୋର୍ଟକୁ ଉନ୍ମୋଚନ କରିଛନ୍ତି । ଏଥିପାଇଁ ୨୦୧୫-୧୬ ଆଧାର ବର୍ଷ ବା ବେସ୍ ଇୟର ଓ ୨୦୧୭-୧୮ କୁ ରେଫରେନ୍ସ ଇୟର ଭାବେ ଗ୍ରହଣ କରାଯାଇଥିଲା । ୨୦୧୮ ଫେବୃୟାରୀ ନିତି ଆୟୋଗ ପକ୍ଷରୁ ପ୍ରଥମ ସ୍ୱାସ୍ଥ୍ୟ ସୂଚୀ ଜାରି କରାଯାଇଥିଲା ।