ସାଉଦି ଆରବରୁ ଫେରିଲେ ୯ ଓଡିଆ ଶ୍ରମିକ

ସାଉଦି ଆରବରୁ ଫେରିଲେ ୯ ଓଡିଆ ଶ୍ରମିକ

ସାଉଦି ଆରବରୁ ଫେରିଲେ ୯ ଓଡିଆ ଶ୍ରମିକ
ନୂଆଦିଲ୍ଲୀ: ସାଉଦି ଆରବରେ ଫସି ଥିବା ୧୦ ଜଣ ଶ୍ରମିକଙ୍କ ମଧ୍ୟରୁ ୯ ଜଣ ଫେରିଛନ୍ତି । ଆଉ ଜଣେ ଆଜି ଫେରିବାର ସୂଚନା ମିଳିଛି । ବୈଦେଶିକ ମନ୍ତ୍ରାଳୟର ସହଯୋଗରେ ଦିଲ୍ଲୀ ଫେରିଛନ୍ତି । ସମସ୍ତ ଶ୍ରମିକ ନୟାଗଡ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ବାସିନ୍ଦା ଅଟନ୍ତି । ଶ୍ରମିକ ମାନଙ୍କୁ ସାଉଦିରେ ନିଯୁକ୍ତି ଦେବା ଲାଗି କହି ନିଆଯାଇ ଥିଲା । କିନ୍ତୁ ନିଯୁକ୍ତି ବଦଳରେ ନିର୍ଯାତନା ଦିଆଯାଉଥିଲା ବୋଲି ଶ୍ରମିକ ମାନେ ପ୍ରକାଶ କରିଛନ୍ତି । ସାଉଦିରେ ନିର୍ଯାତିତ ଅଭିଯୋଗ ପରେ ବୈଦେଶିକ ମନ୍ତ୍ରାଳୟ ସହାୟତା କରିଥିଲା ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପରେ ବୈଦେଶିକ ମନ୍ତ୍ରଣାଳୟ ସେମାନଙ୍କୁ ଆଣିବା ପାଇଁ କାମ ଆରମ୍ଭ କରିଥିଲା ।